Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ଗାଭାସ୍କର

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆରେ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ସବୁ ଖେଳାଳିଙ୍କୁ ସମାନ ଭାବେ ବିଚାର କରାଯାଉ ନାହିଁ । ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଟରନିଟି ଲିଭ୍ ନେଇ ସେ ଏହି ସାଂଘାତିକ କଥା କହିଛନ୍ତି । କୋହଲିଙ୍କୁ ସଙ୍ଗେ ସଙ୍ଗେ ଛୁଟି ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ତ୍ୟାଗୀ ନଟରାଜନ ତାଙ୍କ ଶିଶୁର ମୁହଁ ଦେଖି ପାରି ନାହାନ୍ତି ।

ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରତି ଅନ୍ୟାୟ କରାଯାଉଛି । ସେ ଟେଷ୍ଟ କ୍ରିକେଟରେ ୩୫୦ରୁ ଅଧିକ ଉଇକେଟ ନେଇଥିବା ବେଳେ ୪ଶତକ ମାରିଛନ୍ତି । ଅଥଚ ଗୋଟିଏ ମ୍ୟାଚ ଖରାପ ଖେଳିବା ମାତ୍ରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଛି । ଖେଳାଳିଙ୍କ ପ୍ରତି ପକ୍ଷପାତିତା କରାଗଲେ ଏହା ଭବିଷ୍ୟତରେ ଖରାପ ଫଳ ଦେବ ।

Leave A Reply

Your email address will not be published.