କରୋନାରେ ଆଖି ବୁଜିଲେ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ
ନୂଆଦିଲ୍ଲୀ: ଘାତକ ହେଉଛି କରୋନା । ମହାମାରୀ ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ମୃତ୍ୟୁ ବେଳକୁ ଆଶିଷଙ୍କୁ 35ବର୍ଷ ହୋଇଥିଲା । ଏଭଳି ଦୁଃଖ ସମୟରେ ତାଙ୍କ ପରିବାରକୁ ସାହସ ଓ ତାଙ୍କ ପୁଅକୁ ଚିକିତ୍ସା କରିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୀତାରାମ ୟେଚୁରୀ । ତାଙ୍କ ପୁଅଙ୍କ ବିୟୋଗରେ ବିଭିନ୍ନ ଦଳର ବହୁ ରାଜନୈତା ସମବେଦନା ଜଣାଇଛନ୍ତି ।
It is with great sadness that I have to inform that I lost my elder son, Ashish Yechury to COVID-19 this morning. I want to thank all those who gave us hope and who treated him – doctors, nurses, frontline health workers, sanitation workers and innumerable others who stood by us.
— Sitaram Yechury (@SitaramYechury) April 22, 2021
Comments are closed.