Latest Odisha News

BREAKING NEWS

ବଜେଟରେ ସ୍ୱାସ୍ଥ୍ୟସେବା: ନୂଆ ଯୋଜନା ଘୋଷଣା, କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ହଜାର କୋଟି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । କରୋନା କାଳରେ ଚଳିତ ବଜେଟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବଜେଟରେ ପିଏମ୍ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିପାଇଁ ୬ ବର୍ଷରେ ଖର୍ଚ୍ଚ ହେବ ୬୧ କୋଟି ଟଙ୍କା ।

ସ୍ୱାସ୍ଥ୍ୟସେବା ପାଇଁ ମୋଟ୍ ୨.୨୩ ଲକ୍ଷ କୋଟି ବ୍ୟୟ ବରାଦ ହୋଇଛି । ପୂର୍ବ ବଜେଟ ଅପେକ୍ଷା ୧୩୭% ଅଧିକ । ୧୭ ନୂଆ ପବ୍ଲିକ ହେଲଥ ୟୁନିଟ୍ କରାଯିବ । ୪ଟି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ପ୍ରତିଷ୍ଠା ନେଇ ବଜେଟରେ ଘୋଷଣା ହୋଇଛି । ସେହିପରି କୋଭିଡ୍ ଭ୍ୟାକସିନ୍ ପାଇଁ ୩୫ହଜାର କୋଟି ବ୍ୟୟ ବରାଦ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି,  ଭାରତର ଭ୍ୟାକସିନରୁ ଶହେ ଦେଶକୁ ଫାଇଦା ହୋଇଛି । ଆଗକୁ ଆଉ ଦୁଇଟି ଭ୍ୟାକସିନ୍ ଆସୁଛି ।

Leave A Reply

Your email address will not be published.