Latest Odisha News

BREAKING NEWS

ଓଡ଼ିଶାରୁ ୧୦ ଦିନରେ ୩୪୮୮ ଫେରାର୍ ଆସାମୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୧୦ ଦିନରେ ସ୍ୱତନ୍ତ୍ର ଅଭିଯାନରେ ଗିରଫ ହୋଇଛନ୍ତି ୩ହଜାର ୪୮୮ ଫେରାର ଆସାମୀ । ଗତ ୫ ତାରିଖରୁ ୧୪ ତାରିଖ ଯାଏ ଓଡ଼ିଶା ପୋଲିସ୍ ଏହି ଅଭିଯାନ ଚଳାଇଥିଲା ।

ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନରେ ବାଲେଶ୍ୱରର ସର୍ବାଧିକ ୫୯୨ ଫେରାର ଆସାମୀ ଗିରଫ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୫୫୧ ଓ ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଫେରାର ଆସାମୀଙ୍କୁ ଗିରଫ କରିଛି ପୋଲିସ । ଏଥିପାଇଁ ବିଭିନ୍ନ ଜିଲ୍ଲାର ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି । ଆଗକୁ ଏଭଳି ଅଭିଯାନ ଜାରି ରହିବ ।

Leave A Reply

Your email address will not be published.