Latest Odisha News

BREAKING NEWS

କରୋନା ପାଇଁ ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ୍ ବାତିଲ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରେଳବାଇର ନୂଆ ପଦକ୍ଷେପ । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଦୈନିକ ଚଳାଚଳ କରୁଥିବା ୬ ଯୋଡ଼ା ମେମୁ ଓ ପାସେଞ୍ଜର ଟ୍ରେନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଏହି ଟ୍ରେନ୍ ଗୁଡିକ ହେଲା – ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ । ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ । ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନକୁ ବାତିଲ କରାଯାଇଛି । ସେହିପରି ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ । ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍ । ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

Leave A Reply

Your email address will not be published.