Latest Odisha News

BREAKING NEWS

ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ !

କାମାକ୍ଷାନଗର: କାହାର କରୋନା ଚିନ୍ତା ତ କାହାର ଅକ୍ସିଜେନ୍‌, ତ ପୁଣି କେହି ଲକଡାଉନ୍‌ରେ ଖାଇବାକୁ ଗଣ୍ଡେ ଯୋଗାଡ କରିବାକୁ ହନ୍ତସନ୍ତ ହେଉଛି । ହେଲେ ଢେଙ୍କାନାଳର ରେଙ୍ଗାଳୀ କେନାଲରେ ମାଛଧରାକୁ ନେଇ ଲୋକେ ହାତାହାତି ହେବାକୁ ପଛାଇନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରେଙ୍ଗାଲୀର ବାମ ପାଶ୍ୱର୍ କେନାଲରେ ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ପଲ୍ଲୀସାମନ୍ତାପୁରର ସୁରେଶ ନାୟକ ଓ ବ୍ରାହ୍ମଣିଆ ଗାଁର ବୈଷ୍ଣବ ସେଠୀ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଆଜି ସକାଳେ ପଲ୍ଲୀସାମନ୍ତରାପୁର ଗାଁର କିଛି ଲୋକ ରେଙ୍ଗାଳୀ କେନାଲରେ ମାଛ ଧରୁଥିଲେ । ଏହି ସମୟରେ ବ୍ରାହ୍ମଣିଆ ଗାଁର ଲୋକେ ଆପତ୍ତି ଉଠାଇବାରୁ ଦୁଇପକ୍ଷ ମଧ୍ୟରେ ମାରପିଟ ହୋଇଥିଲା । ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ରିପୋର୍ଟ ଅନୁସାରେ ଗୋଷ୍ଠୀ ସଂଘର୍ଷରେ ଫାର୍ସା ଓ ଭଙ୍ଗା ବିଅର ବୋତଲ ବ୍ୟବହାର ହୋଇଥିଲା । ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଚଳାଇଥିବାବେଳେ ଏଠି ପ୍ରଶ୍ନ ଉଠୁଛି ଲକଡାଉନ୍‌ରେ ଦୁଇପକ୍ଷ ଲୋକଙ୍କୁ ମାଛ ଧରିବାକୁ କିମ୍ବା ଘରୁ ବାହାରିବାକୁ କିଏ ଅନୁମତି ଦେଇଥିଲା ?

Leave A Reply

Your email address will not be published.