Latest Odisha News

BREAKING NEWS

ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଅସୁସ୍ଥ, ନିଜକୁ ଆଇସୋଲେଟ କରିଛନ୍ତି

ପାଟନା: ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କ କିଛି ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ନିଜକୁ ଆଇସୋଲେଟ କରିଛନ୍ତି । ତାଙ୍କର କୋଭିଡ-୧୯ ରିପୋର୍ଟ ଆସି ନାହିଁ । ଏହା ସତ୍ୱେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜ୍ୱର, ମୁଣ୍ଡବିନ୍ଧା ଲାଗି ରହିବାରୁ ସେ ଆରଟି-ପିସିଆର ଟେଷ୍ଟ କରାଇଥିଲେ ।

ଏବେ ଜଳବାୟୁ ପରିବର୍ତନ ଯୋଗୁ ଅନେକ ଥଣ୍ଡା ରୋଗରେ ପଡୁଛନ୍ତି । ଏ ସବୁ ସତ୍ୱେ ପରୀକ୍ଷା କରାଇନେବା ଉଚିତ ପଦକ୍ଷେପ ବୋଲି ଚିରାଗ କହିଛନ୍ତି ।

Leave A Reply

Your email address will not be published.