ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଜନଜାତି ପରମ୍ପରାର ନିଚ୍ଛକ ଝଲକ ଦେଖିବାକୁ ମିଳିଛି । ଉଦାହରଣ ସ୍ୱରୂପ ଅରୁଣାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଗାରୋ ଜନଜାତିଙ୍କ ବାଉଁଶ, ବେତରୁ ନିର୍ମିତ କାନ ବଳା, ମଗ୍, ପର୍ସ, ଫୁଲଦାନୀ, ପାନିଆ, ଚୂଡ଼ି, ବସ୍ତ୍ର, କଲମ, ହାର, ପେନ୍ଷ୍ଟାଣ୍ଡ, ରାଜସ୍ଥାନର ଭିଲ୍ମାନଙ୍କ ଖଜୁରି ପତ୍ରରେ ଚିତ୍ର ଅନନ୍ୟ ଆକର୍ଷଣୀୟ ବସ୍ତୁ ଏହି ପ୍ରଦର୍ଶନୀରେ ରହିଛି ।
ଷଷ୍ଠ ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରାୟୋଜିତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ର ଜନଜାତି ନୃତ୍ୟଶିଳ୍ପୀମାନେ ସେମାନଙ୍କ ଅଞ୍ଚଳର ବର୍ଣ୍ଣାଢ଼୍ୟ ନୃତ୍ୟ ପ୍ରଦର୍ଶନ କରିଥିଲେ । ଆସନ୍ତାକାଲି ଏହା ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।
Comments are closed.