Latest Odisha News

BREAKING NEWS

ଯାଁଳା ଫାଣ୍ଡି ଭିତରୁ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ଯାଁଳା ଫାଣ୍ଡି ଭିତରେ ଥିବା ଏକ ସିଜ୍ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଉଦ୍ଧାର ମାମଲାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କୁ ଭୁବନେଶ୍ୱର ଡିସିପି ସସପେଣ୍ଡ କରିଛନ୍ତି ।

BjdElectrycity

ଡିସିପିଙ୍କ କହିବାନୁଯାୟୀ, ‘ଗଞ୍ଜାମ ପୋଲିସର ଏହି ସିଜ ଗାଡି ଥାନା ପରିସରରେ ରହିଥିଲା । ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡିକୁ ସିଜ କରାଯାଇଥିଲା । ଫେବ୍ରୁଆରୀ ମାସରେ ଗାଡି ନେବାପାଇଁ ଆସିବା ବେଳେ ଗାଡିରେ ଏକ ନରକଙ୍କାଳ ଥିବା ଦେଖିବାକୁ ମିଳିଥିଲା ।’

ଏହାକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଆଜି ଆସିଥିବା ରିପୋର୍ଟ ଆନୁଯାୟୀ, ଏହା ଏକ ମହିଳାଙ୍କର କଙ୍କାଳ ହୋଇଥିବା ବେଳେ ବୟସ ପାଖାପାଖି ୪୫ ହେବ । ତାଙ୍କର ଟିବି ଥିଲା ଏବଂ ସ୍ୱାଭାବିକ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ।

କିନ୍ତୁ ଏସବୁ ଘଟଣା ଘଟିଯାଇଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ କିପରି ଜାଣିପାରିଲେନି ସେଥିପାଇଁ ତାଙ୍କୁ ସସପେଣ୍ଡ କରାଯାଇଛି ।

Leave A Reply

Your email address will not be published.