ନୂଆଦିଲ୍ଲୀ: ରାଜନୀତିରେ ସମୟ ହିଁ ସବୁକିଛି। ଯେତେବେଳେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ମନରେଗା (MGNREGA)ର ନାମ ପରିବର୍ତ୍ତନ କରି VB-G RAM G କରିବା ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଥିଲା, ମଧ୍ୟପ୍ରଦେଶର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଦଳକୁ ଆଚମ୍ବିତ କରିଥିଲା। ଏହା କେବଳ ଏକ ପୋଷ୍ଟ ନଥିଲା, ବରଂ କଂଗ୍ରେସ ଦଳ ଭିତରେ ଉଠୁଥିବା ଅସନ୍ତୋଷର ସ୍ୱର ଥିଲା, ଯାହା ଏବେ “ସାର୍ବଜନୀନ” ହୋଇଯାଇଛି।
ରାଜଧାନୀ ଦିଲ୍ଲୀରେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକ ପରେ ଦଳର ନେତା ଦିଗ୍ବିଜୟ ସିଂହଙ୍କ ବୟାନକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଆଜିର ସମୟରେ ଦଳ ଭିତରେ ଅନେକ ସ୍ଲିପର ସେନ୍ ସକ୍ରିୟ ଅଛନ୍ତି । ଦଳର ହିତ ପାଇଁ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବରିଷ୍ଠ କଂଗ୍ରେସ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କର ଏହି ବୟାନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି ।
ସୁତ୍ର ଅନୁସାରେ, ଦିଗବିଜୟ ବୈଠକରେ ଦଳ ଭିତରେ କ୍ଷମତାରେ ବିକେନ୍ଦ୍ରୀକରଣ ମୁଦ୍ଦା ଉଠାଇଥିଲେ। ସେ କହିଥିଲେ ସଂଗଠନରେ କ୍ଷମତାର ବିକେନ୍ଦ୍ରୀକରଣ ଜରୁରୀ। ସଂଗଠନ ଶକ୍ତିକୁ ନେଇ କଂଗ୍ରେସ ନେତୃତ୍ୱକୁ ତୃଣମୂଳ ସ୍ତରର କର୍ମୀଙ୍କ ଅଭାବର ତଦନ୍ତ କରିବାକୁ ପଡ଼ିବ। କଂଗ୍ରେସ ଦଳ ଭିତରେ ସମର୍ପିତ କର୍ମୀ ଏବଂ ସ୍ଥାନୀୟ ନେତାଙ୍କ ଅଭାବ ରହିଛି ବୋଲି କହଛନ୍ତି ଦିଗବିଜୟ ।
ଖାଲି ସେତିକୁ ନୁହେଁ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ସୋସିଆଲ ମିଡିଆରେ ଆରଏସଏସ ଏବଂ ବିଜେପିକୁ ପ୍ରଶଂସା କରିଛନ୍ତି । ଯାହା ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି । ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ ସେୟାର କରିଛନ୍ତି । ସେଥିରେ ସେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ସାଂଗଠନିକ ଶକ୍ତିକୁ ପ୍ରଶଂସା କରିଛନ୍ତି । ସୂଚନା ଅନୁସାରେ, ଦିଗ୍ବିଜୟ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପୁରୁଣା କଳାଧଳା ଫଟୋ ପୋଷ୍ଟ କରିଥିଲେ । ତାହା ୧୯୯୦ ଦଶକର ହୋଇଥିବାବେଳେ ସେତେବେଳେ ମୋଦି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଥିଲେ । ଫଟୋରେ ବିଜେପି ଭେଟେରାନ୍ ଲାଲକୃଷ୍ଣ ଆଡ଼ଭାନି ଏବଂ ଅନ୍ୟ ବରିଷ୍ଠ ନେତା ଚେୟାରରେ ବସିଥିବାବେଳେ ମୋଦିଙ୍କୁ ସେମାନଙ୍କ ନିକଟରେ ତଳେ ବସିଥିବା ଦେଖିବାକୁ ମିଳୁଛି ।
Comments are closed.