Latest Odisha News

ତେଲ, ଗ୍ୟାସ୍ ଦର ପାଇଁ ଫ୍ଲାଇଟରେ ଭିଡିଓ ବନେଇ ମୁହାଁମୁହିଁ ଘେରିଗଲେ ସ୍ମୃତି ଈରାନୀ ଏବଂ ମହିଳା କଂଗ୍ରେସ ମୁଖ୍ୟ ନେଟ୍ଟା ଡିସୌଜା

ଏଭଳି ଘଟଣା ସମୟକ୍ରମେ ଏକ ଧାରା ପାଲଟିଛି । ସ୍ଥାନ କାଳ ପାତ୍ର ଭୁଲି ନେଟିଜେନ ରିପୋର୍ଟର ହୋଇଯାଉଛନ୍ତି ସମସ୍ତେ । ଆଗରୁ କମେଡିଆନ କୁନାଲ କାମ୍ରା, ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଘେରି ଯାଇଥିଲେ । ଫଳସ୍ୱରୂପ ଛଅ ମାସ ବିମାନ ସେବାରୁ ତାଙ୍କୁ ବିରତ କରିଥିଲା ଇଣ୍ଡିଗୋ

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ଗୋଟିଏ ଧାରା ସୃଷ୍ଟି ହୋଇଛି । ଫ୍ଲାଇଟ ବା ବିମାନ ଯାତ୍ରା ବେଳେ ଯିଏ ଯାହାକୁ ପାରୁଛି କିଛି ସାମାଜିକ, ରାଜନୈତିକ ବିଷୟକୁ ନେଇ ମୋବାଇଲ ଭିଡିଓ କରି ଗୁଡ଼େ ପ୍ରଶ୍ନ ପଚାରୁଛି । ସାମ୍ବାଦିକ, କଳାକାର, ରାଜନେତା । ଏମାନେ ବିଶେଷ କରି ଏମିତି ଭିଡିଓର ମୁଖ୍ୟ ଉପାଦାନ ।

ଋବିବାର, ଦିଲ୍ଲୀରୁ ଗୁଆହାଟ୍ଟି ଯିବା ସମୟରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଈରାନୀଙ୍କୁ ଧରି ପକେଇଥିଲେ କଂଗ୍ରେସ ମହିଳା ମୁଖ୍ୟ ନେଟ୍ଟା ଡିସୌଜା । ସ୍ମୃତି ସିଟ୍ ରୁ ଉଠି ବାହାରକୁ ଗଲାବେଳେ, ନେଟ୍ଟା କ୍ୟାମେରା ଅନ୍ କରି ତାଙ୍କୁ ତେଲ, ଏଲପିଜି ଗ୍ୟାସ୍ ଦର ବୃଦ୍ଧି ଦର ନେଇ ପ୍ରଶ୍ନ କରିଥିଲେ ।

ସ୍ମୃତିଙ୍କୁ ଅସହଜ ଲାଗିବାରୁ, ନେଟ୍ଟା ଯାତ୍ରୀଙ୍କୁ ରାସ୍ତା ବନ୍ଦ କରୁଥିବା କହିଥିଲେ । ପରେ ନେଟ୍ଟା ମିଛ କହୁଛନ୍ତି ବୋଲି ସ୍ମୃତି କହୁଥିବାର ଦେଖିବାକୁ ମିଳିଥିଲା ।

ବାରମ୍ବାର ଦର ବୃଦ୍ଧି ପ୍ରଶ୍ନ ପଚାରିବାରୁ, ସ୍ମୃତି ମଧ୍ୟ କ୍ୟାମେରା କାଢ଼ି ଭିଡିଓ କରିବାକୁ ଲାଗିଲେ । ସ୍ମୃତି କହିଥିଲେ ଭାରତରେ ଏତେ ଲୋକଙ୍କୁ ମାଗଣା ଟୀକା, ରାସନ ମିଳୁଛି ।

ପରବର୍ତ୍ତୀ ମୁହୂର୍ତ୍ତରେ ସ୍ମୃତି କହିଥିଲେ, ‘ମତେ ଘେରା ଯାଉଛି’ । ‘ମୋ ବିନା ଅନୁମତିରେ ଭିଡିଓ କରାଯାଉଛି’ । ଘେରିବା କଥାକୁ ନେଟ୍ଟା ମାନି ନଥିଲେ ଏବଂ ସ୍ମୃତି ଜଣେ ମନ୍ତ୍ରୀ ତାଙ୍କର ଭିଡିଓ ହେବା କିଛି ଗୁରୁତର ଜିନିଷ ନୁହେଁ ବୋଲି ନେଟ୍ଟା କହିଥିଲେ ।

ଖବର ପ୍ରକାଶ ହେବା ପର୍ଯ୍ୟନ୍ତ ସ୍ମୃତିଙ୍କ ଏକାଉଣ୍ଟରୁ କିଛି ଭିଡିଓ କିମ୍ବା ଫଟୋ ପୋଷ୍ଟ ଆସିିନି ।

Leave A Reply

Your email address will not be published.