Latest Odisha News

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା:କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ୱର: ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଆଗାମୀ ଦୁଇ ଦିନ ମଧ୍ୟରେ ଦ୍ରୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ନୀଳଗିରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ।  ଏ ନେଇ ନୀଳଗିରିରେ ସର୍ବଦଳୀୟ ବୈଠକ ବସିଥିଲା ।
ବୈଠକରେ ସ୍ଥାନୀୟ ବିଧାୟକ ସୁକାନ୍ତ ନାଏକ ମଧ୍ୟ ଯୋଗ ଦେଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣାରେ ଏବେ ଦ୍ରୌପଦୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଯାହାକୁ କେହିବି ସହଜରେ ଗ୍ରହଣ କରିପାରିନାହାନ୍ତି । କାରଣ ଯେଉଁ ଅମାନୁଷିକ ଘଟଣା ଘଟାଇଛନ୍ତି ଆଇଆଇସି ତାଙ୍କ ପାଇଁ କେବଳ ବଦଳି କରିଦିଆଯିବ ଦଣ୍ଡ ନୁହେଁ । ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ରହିଛି ।

ଏନେଇ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସିବିଆଇ ତହନ୍ତ ଦାବି କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ଆଜି ବସିଥିବା ସର୍ବଦଳୀୟ ବୈଠକକୁ ସମର୍ଥନ କରିଛନ୍ତି

Leave A Reply

Your email address will not be published.