Latest Odisha News

BREAKING NEWS

ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି; କହିଲେ, ‘ଭିଣୋଇ ଆସିଲେ ଘରର କାଗଜ ଲୁଚେଇ ଦେବ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରେ ଆଜି ଏକ ନିର୍ବାଚନି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ଜିଜାଜୀ ବା ଭିଣୋଇ ଘରକୁ ଆସନ୍ତି, ତିୱାରୀ ଜୀ କହୁଛନ୍ତି ତୁମେ ଘରର କାଗଜପତ୍ର ଲୁଚାଇଦେବା ଉଚିତ୍, କାରଣ ଭିଣୋଇଙ୍କର ନଜର ପୁରା ପକ୍କା ।

ସେ ଆହୁରି କହିଛନ୍ତି ଯେ, ଭିଣୋଇ ହୁଅନ୍ତୁ କି ଶଳା ସମସ୍ତେ ଏଠାରେ ମୋଦିଙ୍କୁ ନେଇ ପାଗଳ । ଯଦି ଆଜି ଏଠାରେ ଏକ ଟ୍ରମା ସେଣ୍ଟର ନିର୍ମାଣ କରାଯାଇଛି, ତେବେ ଏହା କେବଳ ମୋଦିଙ୍କ ଅବଦାନ । ଆମେଠୀରେ ଏକ ଲକ୍ଷରୁ ଅଧିକ ଘର ନିର୍ମାଣ କରିଛୁ । ଆମେ ୫ ବର୍ଷରେ କରିଥିବା କାର୍ଯ୍ୟ, ଯେଉଁଥିରେ ଦୁଇ ବର୍ଷ କୋରୋନାରେ ଅତିବାହିତ ହୋଇଥିଲା, ତିନି ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟ ଗତ ୧୫ ବର୍ଷରେ ହୋଇନାହିଁ’ ।

ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରି ସ୍ମୃତି କହିଛନ୍ତି ଯେ, ଯଦି ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କା ଚାହାଁନ୍ତି, ତେବେ ସେମାନେ ଗରୀବଙ୍କ ଘରକୁ ଟ୍ୟାପ୍ ପାଣି, ଘର ଇତ୍ୟାଦି ଯୋଗାଇ ପାରିନଥାନ୍ତେ । କଂଗ୍ରେସ ଦଳ ଘୋଷଣା କରିଛି ଯେ ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ହିସାବ କରିବେ, ତା’ପରେ ସମସ୍ତଙ୍କ ସମ୍ପତ୍ତି ନେଇ ଯାହାକୁ ଚାହିଁବେ ତାହା ବଣ୍ଟନ କରିବେ, ଆମେ ସମସ୍ତେ ଜାଣୁ ଯେ ଥରେ କଂଗ୍ରେସ ଲୋକଙ୍କ ସମ୍ପତ୍ତି ନେଇଯାଏ ତେବେ କେବଳ ନିଜ ପକେଟ ଭରନ୍ତି କେବେବି ଗରିବ ଲୋକଙ୍କୁ ବିତରଣ କରିନାହାନ୍ତି ।

Comments are closed.