Latest Odisha News

BREAKING NEWS

ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ

ନୂଆଦିଲ୍ଲୀ: ରହସ୍ୟ ଘେରରେ ଭରି ରହିଛି ଆମ ଦୁନିଆ । ଏଠି ଏମିତି ବହୁତ ଗୁଡିଏ ସ୍ଥାନ ଅଛି ଯେଉଁଠିକି ମଣିଷକୁ ବାରମ୍ବାର ଯିବାକୁ ମନ ହୁଏ ଏବଂ ଏମିତି ବି ସ୍ଥାନ ଅଛି ଯେଉଁଠିକି ଯିବାକୁ ଇଚ୍ଛା ହୁଏନି । କେତେକ ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ଦୁନିଆରେ ଏକରୁ ଅଧିକ ବିପଜ୍ଜନକ ସ୍ଥାନ ଅଛି । ଏପରି ଏକ ସ୍ଥାନ ଅଛି, ଯେଉଁଠାକୁ ମଣିଷ ଯିବାକୁ ସ୍ଵପ୍ନରେ ମଧ୍ୟ ଭାବି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ସ୍ଥାନ ବିଷୟରେ …

ବ୍ରାଜିଲ ର ଏହା ଏମିତି ଏକ ଦ୍ଵୀପ ଯେଉଁଠି ସାଧାରଣ ଲୋକ ବଞ୍ଚିବା ବହୁତ୍ କଷ୍ଟ କାରଣ ଏହି ଜାଗାରେ ଦୁନିଆର ସବୁଠାରୁ ବିଷଧର ସାପ ଭରି ପଡ଼ିଛି। ୧୧୦ ଏକର ଏହି ଜାଗାରେ ପାଖାପାଖି ୪୦୦୦ ବିଷଧର ସାପ ଅଛନ୍ତି। ଏହି ଦ୍ଵୀପର ନାମ ଇଲହା କ୍ଵିମାଡା ଗ୍ରାଣ୍ଡେ । ଏଠାରେ ପ୍ରଚର ବିଶଧର ସାପଙ୍କ ଉପସ୍ଥିତି ହେତୁ ଏହାକୁ ସ୍ନେକ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ । ଏହା ଦୁନିଆର ସବୁଠାରୁ ବିଷଧର ସାପ ଗୋଲ୍ଡେନ ଲାୟୋନ ସ୍ନେକର ବାସସ୍ଥାନ। ଏହା ଏତେ ବିଷଧର ଯେ ଏହାର ବିଷ ମଣିଷର ମାଂଶକୁ ସିଝାଇ ଦେଇଥାଏ ।

କୁହାଯାଏ ଏହି ସାପର ମାତ୍ର ୧ ଗ୍ରାମ ବିଷ ୫୦ ଜଣ ଲୋକଙ୍କୁ ମାରି ପାରିବ। ତେବେ ଏହି ଦ୍ଵୀପ ଅନେକ ଦିନ ଧରି ଭୂମି ସହ ସଂଯୁକ୍ତ ଥିଲା । କିନ୍ତୁ ପ୍ରାୟ ୧୧ ହଜାର ବର୍ଷ ପୂର୍ବେ ଏହି ଦ୍ଵୀପ ମୁଖ୍ୟ ଭୂମିରୁ ଅଲଗା ହୋଇଗଲା । ମୁଖ୍ୟ ଭୂମିରୁ ଯେଉଁଠାରେ ଏହି ଦ୍ଵୀପ ଅଲଗା ହୋଇଛି ସେଠାରେ ଆମାଜନ ଜଙ୍ଗଲ ଅଛି । ଏହି ଜଙ୍ଗଲରେ ପୂର୍ବରୁ ଅନେକ ସାପ ବସବାସ କରୁଥିଲେ । ଦ୍ଵୀପ ଅଲଗା ହେବା ବେଳେ ଅନେକ ସାପ ଦ୍ଵୀପ ମଧ୍ୟରେ ରହିଯାଇଥିଲେ । ସେବେଠାରୁ ସେଠାରେ ସାପ ମାନଙ୍କର ବଂଶ ବୃଦ୍ଧି ହେବାରେ ଲାଗିଲା ।

ଜାହଜ ଗୁଡ଼ିକ ଏହି ଦ୍ଵୀପରୁ ଦୂରେଇ ରଖିବା ପାଇଁ ୧୯୦୯ ମସିହାରେ ଏହି ଦ୍ଵୀପରେ ଏକ ଲାଇଟ୍ ହାଉସ ତିଆରି କରାଯାଇଥିଲା। ଏହାକୁ ଏକ ପରିବାର ଚଲଉଥିଲା। କିନ୍ତୁ୧୯୨୦ ରେ ଏହି ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା। କାରଣ ଏହି ବିଷଧର ସାପଟି ତାଙ୍କ ଘରେ ପଶି ଯାଇଥିଲା। ସେଥିପାଇଁ ଏହି ଲାଇଟ୍ ହାଉସକୁ ସବୁଦିନ ପାଇଁ ଅଟୋମେଟିକ କରି ଦିଆଗଲା। ଏହି ଦ୍ଵୀପକୁ କେହି ନ ଯିବା ପାଇଁ ବ୍ରାଜିଲର ନ୍ୟାଭିକୁ ଏହି ଦ୍ଵୀପର ପାଖରେ ମୁତୟନ କରାଯାଇଛି।

Leave A Reply

Your email address will not be published.