Latest Odisha News

BREAKING NEWS

ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି

ନୂଆଦିଲ୍ଲୀ: ନେଦରଲାଣ୍ଡରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପ୍ରଦାନ କରାଯାଇଛି । ଜୋରାୟା ଟେର ୱିକ ନାମକ ଏହି ମହିଳା ସର୍ବଦା ଚାପରେ ରହୁଥିଲେ । ସେ ଏକ ପ୍ରକାର ମାନସିକ ରୋଗୀ ପାଲଟି ଯାଇଥିଲେ । ଆତ୍ମହତ୍ୟା ଉଦ୍ୟମ ଏବଂ ନିଜକୁ ଯନ୍ତ୍ରଣା ଦେବାକୁ ସେ ପଛାଉ ନ ଥିଲେ । ଶେଷରେ ସେ ହତାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ । ପିଲବେଳୁ କ୍ରୋନିକ ଡିପ୍ରେସନ, ଏଙ୍ଗଜାଇଟି ଟ୍ରମା ଓ ପର୍ସନାଲ ଡିସଅର୍ଡରରେ ସମସ୍ୟାରେ ପଡିଥିଲେ । ୧୦ ବର୍ଷ ଧରି ସେ ବିଭିନ୍ନ ପ୍ରକାରର ଚିକିତ୍ସା କରିଥିଲେ ମଧ୍ୟ କିଛି ଫାଇଦା ହୋଇ ନ ଥିଲା । ୨୦୦୧ ପରଠାରୁ ନେଦରଲାଣ୍ଡରେ ଇଚ୍ଛାମୃତ୍ୟୁ ଅଧିକାରକୁ ମାନ୍ୟତା ମିଳିଛି ।

ଜଣେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପାଇଲେ ଡାକ୍ତର ତାଙ୍କ ଘରକୁ ଆସି ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ଇଞ୍ଜେକ୍ସନ ଦିଆଯିବ । କିଛି ମିନିଟ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟିବ । ଏହା ପରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ମଧ୍ୟ କରାଯିବ । ଡାକ୍ତରଙ୍କ ପକ୍ଷରୁ କୌଣସି ଅବହେଳା କରାଯାଇଥିଲେ ୧୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯିବ । ୨୦୨୨ରେ ୮୫୦୧ ଜଣ ଇଚ୍ଛାମୃତ୍ୟୁ ଆବେଦନ କରି ପ୍ରାଣତ୍ୟାଗ କରିଥିଲେ । ତେବେ ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଛି ।

Leave A Reply

Your email address will not be published.