Latest Odisha News

BREAKING NEWS

ଫରୁଆ ଭିତରେ ଦେଢ କୋଟି ମୂଲ୍ୟର ସାପ ଗରଳ

ରିଆମାଳ : ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାହକ ସାଜି ୨ଜଣଙ୍କୁ ଗିରଫ କରିଛି ପୋଲିସ । ଦେବଗଡ଼ ରିଆମାଳ ଥାନା ତାରଙ୍ଗ ଗାଁରେ ଚଢ଼ାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୋଲିସ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ କୁଆଡ଼େ ଚାଲାଣ ହୋଇଥାନ୍ତା ଏହି ସାପ ବିଷ ସେନେଇ ତନାଘନା ଚାଲିଛି ।

ଏହା ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏତେ ପରମାଣ ସାପ ଗରଳ କେଉଁ କାମରେ ଲାଗିବ । କିଏ କହୁଛି ନିଶା ତ ଆଉ କିଏ କହୁଛି ଔଷଧ । ତେବେ ଏନେଇ କୌଣସି ସଠିକ୍‌ ତଥ୍ୟ ମିଳି ପାରି ନାହିଁ ।

 

Leave A Reply

Your email address will not be published.