Latest Odisha News

BREAKING NEWS

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା ।

ରାତି ୨ଟାରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡରେ ମଙ୍ଗଳାର୍ପଣ କରିବା ପରେ ଡୋରଲାଗି, ପୁଷ୍ପାଞଳି ଆଦି ନୀତି କରାଯିବା ପରେ ରାତି ୨ଟା ୩୦ ସମୟରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଘଂଟ, ଛତା ଓ ବିଜେ କାହାଳୀ ସହ ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ମହାପ୍ରଭୁ । ସକାଳ ୪ଟା୧୫ରେ ମଦନ ମୋହନ ବିଜେ ହୋଇଥିଲେ ।

ଆଜି ୧୦୮ ସୁବାସିତ ଜଳରେ ସ୍ନାନ କରିବେ ତିନି ଠାକୁର । ଏହା ସହ ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ । ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ପରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୧ଟାରୁ ୩ଟା ପର‌୍ୟ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୪ଟାରେ ହାତୀବେଶ ମଇଲମ(ଓଲାଗି) ପରେ ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ ।

ଜଗନ୍ନାଥଙ୍କୁ ୩୫ ଗରା, ବଳଭଦ୍ରଙ୍କୁ ୩୩, ମାଆ ସୁଭଦ୍ରାଙ୍କୁ ୨୨ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କର।।ଏ । ପ୍ରତିବର୍ଷ ପୁରୀ ଗଜପତି ଛେରାପହଁରା ନୀତି କରୁଥିବା ବେଳେ କରୋନା କଟକଣା ଦୃଷ୍ଟିରୁ ଚଳିତ ବର୍ଷ ସେ ଛେରାପହଁରା କରିବେ ନାହିଁ ।

Leave A Reply

Your email address will not be published.