Latest Odisha News

BREAKING NEWS

ସ୍ନାନଯାତ୍ରା ଲାଗି ପ୍ରସ୍ତୁତି: ‘ଶୁଦ୍ଧସୁଆର ନିଯୋଗ’ର ପୁରୀରେ ପ୍ରେସମିଟ୍

ପୁରୀ: ଆସନ୍ତା ଜୁନ୍ ୫ ତାରିଖରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। କୋଭିଡ୍ ୧୯ର ନିୟମାବଳୀ ଅନୁସାରେ ସ୍ନାନଯାତ୍ରାର ପ୍ରସ୍ତୁତିକୁ ଠିକ୍ ଭାବରେ ରୂପରେଖ ଶ୍ରୀମନ୍ଦିର ପ୍ରଶାସନ ଦେଉଥିବା ବେଳେ ଆଜି ଶୁଦ୍ଧସୁଆର ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ – ଦେଖନ୍ତୁ ଭିଡ଼ିଓ: ଶୀତଳ ଷଷ୍ଠୀ ଅବସରରେ ଶ୍ରୀକ୍ଷେତ୍ର ପଞ୍ଚମହାଦେବଙ୍କ ‘ଗୁଆଲି ଉତ୍ସବ’

ତେବେ ୭୦ ଜଣ ଦଇତାପତିଙ୍କୁ ନେଇ ଗଠିତ ଏହି ନିଯୋଗ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ନିଷ୍ଠାର ସହ କରିବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କରୋନା ମହାମାରି ପରିପ୍ରେକ୍ଷୀରେ ସାମାଜିକ ଦୂରତା ରକ୍ଷା କରି ଶୁଦ୍ଧସୁଆର ନିଯୋଗ ସ୍ନାନଯାତ୍ରାରେ ତାର ନିଜର ସମସ୍ତ ସେବାୟତଙ୍କୁ ନେଇ ଉତ୍ସର୍ଗୀକୃତ ଓ ସମର୍ପଣ ମନୋଭାବରେ ସେଵା କରିବେ ବୋଲି କହିଛନ୍ତି।

Comments are closed.