Latest Odisha News

BREAKING NEWS

ରାଉରକେଲାରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ରାଉରକେଲା: ରାଉରକେଲାର ପ୍ରାୟ ସବୁ ଅଚଂଳରୁ ହଟିଲା କଣ୍ଟେନମେଂଟ କଟକଣା । ପୂର୍ବରୁ କିଛି ଅଂଚଳରୁ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହୋଇଯାଇଥିବା ବେଳେ ଆଜି ବଳକା ଅଂଚଳରୁ ବି କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରାଯାଇଛି।

ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇଥିଲା। ତେବେ ସମ୍ପୃକ୍ତ ଅଂଚଳରୁ କୌଣସି ନୂଆ ପଜିଟିଭ କେଶ ବାହାରିନଥିବାରୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଦୀର୍ଘ ୧ ମାସ ରୁ ଅଧିକ ସମୟ ଧରି ସମ୍ପୃକ୍ତ ଅଂଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଲୋକଙ୍କ ସହଯୋଗ ମିଳିଲେ କରୋନା ନିଶ୍ଚିତ ଭାବେ ହାରିବ ଓ ରାଉରକେଲା ବିଜୟୀ ହେବ ବୋଲି କମିଶନର ଦିବ୍ୟଜ୍ୟୋତି ପରିଡା କହିଛନ୍ତି।

Leave A Reply

Your email address will not be published.