ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଡାଉନ ହୋଇଯାଇଛି। ୟୁଜର୍ସମାନେ ନିଜ ଆକାଉଣ୍ଟରେ ଲଗଇନ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସ୍ମାର୍ଟଫୋନ ସହିତ, କମ୍ପ୍ୟୁଟର ଏବଂ ଲାପଟପରେ ମଧ୍ୟ ଦେଖାଯାଉଛି। ଯାହାଫଳରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ବିଶ୍ୱର ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଆଜି ପ୍ରାୟ ୩ଟା ୨୦ମି. ସମୟରେ ମଧ୍ଯ ‘ଏକ୍ସ’ରେ ସମସ୍ୟା ଦେଖାଯାଇଥିଲା।
ଏକ୍ସ ଡାଉନ୍ ହେବା ଯୋଗୁଁ ଲୋକମାନେ ନିଜ ଆକାଉଣ୍ଟରେ ଲଗ୍ ଇନ୍ କରିପାରୁ ନାହାଁନ୍ତି। ଯାହା ଫଳରେ ସେମାନେ ନୂଆ ପୋଷ୍ଟ ପୋଷ୍ଟ କରିବା ଏବଂ ଦେଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୬୧ ପ୍ରତିଶତ ୟୁଜର୍ସ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାଉନଡିଟେକ୍ଟର ଅନୁଯାୟୀ, ସାରା ବିଶ୍ୱର ଲୋକମାନେ ଏହି ସମସ୍ୟା ବିଷୟରେ ରିପୋର୍ଟ କରିଛନ୍ତି। ଭାରତରେ ପ୍ରାୟ ୨୦୦୦ ଲୋକ, ଆମେରିକାରେ ପ୍ରାୟ ୧୮,୦୦୦ ଏବଂ ଇଂଲଣ୍ଡରେ ପ୍ରାୟ ୧୦,୦୦୦ ଲୋକ ଏହି ସମସ୍ୟା ସମ୍ପର୍କରେ ରିପୋର୍ଟ କରିଛନ୍ତି। ତେବେ ଏଭଳି ବିଭ୍ରାଟ କାହିଁକି ହୋଇଛି ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
Comments are closed.