ପୁରୀ: ଦେବୀ ପୀଠ ଗୁଡ଼ିକରେ ଆରମ୍ଭ ହୋଇଛି ଷୋଡଶ ଉପଚାରରେ ପୂଜା । ଅନ୍ୟ ପୀଠ ଗୁଡିକ ଭଳି ଶ୍ରୀକ୍ଷେତ୍ରରେ ସମସ୍ତ ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେଉଛି ଶାରଦୀୟ ପାର୍ବଣର ଷୋଳପୂଜା l ପରମ୍ପରା ଅନୁଯାଇ ମୂଳାଅଷ୍ଟମୀଠାରୁ ଷୋଳପୂଜାର ଵିଧି ଆରମ୍ଭ ହୋଇଛି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମାଆ ମରୀଚିଖାଇ ଠାକୁରାଣୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଷୋଳ ପୂଜାରେ ମାଆଙ୍କ ନିକଟରେ ବିଶେଷ ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ l ଷୋଳ ପୂଜାରେ ୨ ଥର ମାଜଣା ହବା ସହ ପ୍ରତ୍ୟକ ଦିନ ଚଣ୍ଡୀ ପାଠ ନିକଟରେ କରାଯାଏ l
ମାଆ ହେଉଛନ୍ତି ପରମ ବୈଷ୍ଣବୀ l ମାଆ ନିକଟକୁ ଯେଉଁ ଭକ୍ତ ସଧ ଭାବନା ଓ ସତକାମନା ନେଇ ଆସି ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ମଙ୍ଗଳବାର ଦିନ ଅଧିବାସ ହୋଇଥିବାବେଳେ ବୁଧବାର ଦିନଠାରୁ ଷୋଳ ପୂଜା ଅନୁଷ୍ଠିତ ହେଉଛି l ଷୋଳ ପୂଜାରେ ମାଆଙ୍କ ନିକଟରେ ବିଶେଷ ନୀତି କାନ୍ତି ଅନୁଷ୍ଠିତ ହୋଇଥାଏ l ଷୋଳ ପୂଜାରେ ୨ ଥର ମାଜଣା ହବା ସହ ପ୍ରତ୍ୟକ ଦିନ ଚଣ୍ଡୀ ପାଠ ମାଆଙ୍କ ନିକଟରେ କରାଯାଏ l
ମହାସପ୍ତମୀ ଅଷ୍ଟମୀ ଓ ନବମୀ ରେ ତିନିଦିନ ଧରି ସଂକୁଡ଼ି ଭୋଗ ୨ ଥର କରାଯାଏ l ମାଆଙ୍କ ନିକଟରେ ପ୍ରଥମେ ଦ୍ୱାର ପିଟା ହୁଏ ପରେ ପହଡ ପଲଙ୍କ ଉଠେପରେ ମଙ୍ଗଳା ଆଳତି, ସ୍ନାନ, ବେଶ, ସର୍ବାଙ୍ଗ ଆଳତି, ଚଣ୍ଡୀ ପାଠ, ସଂକୁଡ଼ି ଭୋଗ ପରେ ପହୁଡ଼ ହୁଏ ସନ୍ଧ୍ୟା ସମୟରେ ପୁନଃ ଦ୍ୱାର ପିଟା ଯାଇ ସନ୍ଧ୍ୟା ଆଳତି, ଅମ୍ବୃତ ମଣୋହି, ମହାପ୍ରସାଦ ସମ୍ପର୍ପଣ ଓ ପହୁଡ଼ କରାଯାଏ l
ମାଆ ସମ୍ମୁଖରେ ନବଗ୍ରହ ଥିବାବେଳେ ପାର୍ଶ୍ୱରେ ସିଂହ ମୁଖି ଓ ବ୍ୟାଗ୍ର ମୁଖି ରହିଅଛି l ଓ ଚତୁର୍ପାର୍ଶ୍ୱରେ ବାରାହୀ, ନୃସିଂହ, ଗଣେଶ, ଦଶ ମା ବିଦ୍ୟା, ବାହାନ ସିଂହ ରାଜ, ଏବଂ ମନ୍ଦିର ପୂର୍ଣ୍ଣାଙ୍ଗରେ ମୁକ୍ତେଶ୍ଵର ମହାଦେବ, ହନୁମାନ ଓ କୃଷ୍ଣ ଗୋପାଳ ବିରାଜମାନ କରିଛନ୍ତି l
Comments are closed.