Latest Odisha News

BREAKING NEWS

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, କଟିଗଲା ବାମ ହାତ

ରାୟଗଡ଼ା: ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି । ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେସନ ଠାରେ ଖସିପଡିଲେ ଯବାନ ଜଣକ । ତାଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଅଶୋକଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଏସଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି । ଗୁରୁତର ଭାବେ ଆହତ ହୋଇଥିବା ଯବାନ ଜଣକ ହେଲେ ଅଶୋକ କୁମାର ମୀନା । ସେ କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ୧୩୬ ବାଟାଲିୟନ ବିଏସଏଫ୍‌ର କନଷ୍ଟେବଳ ବୋଲି ଜଣାପଡିଛି ।

ଅଶୋକ ଗୁରୁବାର ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଯୋଗେ କୋରାପୁଟରରୁ ମୁନିଗୁଡାକୁ ଆସୁଥିଲେ । ତାଙ୍କ ସହ ତାଙ୍କ ବାଟାଲିୟନର ଅନ୍ୟ ୬ଜଣ ସହକର୍ମୀ ଥିଲେ । ତେବେ ଟ୍ରେନଟି ମୁନିଗୁଡା ରେଳ ଷ୍ଟେସନରେ ପହଞ୍ଚିଥିବା ବେଳେ ଅଶୋକ ଭାରସାମ୍ୟ ହରାଇ ଟ୍ରେନ ଚକା ତଳେ ଖସି ପଡିଥିଲେ । ଫଳରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯାଇଥିବା ସୂଚନା ରହିଛି ।

Comments are closed.