Latest Odisha News

BREAKING NEWS

ଆଜିଠୁ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ହାଲ୍‌କା ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ରାତି ତାପମାତ୍ରା ବଢିବ । ଶୀତ କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖ ଯାଏ ପାଗ ଶୁଖିଲା ରହିବ ।

୧୮ ତାରିଖରୁ ପଶ୍ଚିମ ବାୟୁ ପ୍ରଭାବରେ ରାଜ୍ୟରେ ହାଲକା ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି । ଏହାବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ଫୁଲବାଣୀରେ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ଥିଲା । ସେହିପରି ଦାରିଙ୍ଗିବାଡ଼ିରେ ୭.୫ ଡିଗ୍ରୀ, ସୋନପୁରର ୮.୮, ଝାରସୁଗୁଡ଼ାରେ ୯.୮ ଓ ଭବାନୀପାଟଣାରେ ୯.୯ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା ।

Comments are closed, but trackbacks and pingbacks are open.