Latest Odisha News

୩୦ ହଜାର ତଳେ ଦେଶରେ ଦୈନିକ କରୋନା କେସ୍, ୩୪୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା କାୟା । ୩୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୪୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମଣ ୧୯.୭ ପ୍ରତିଶତ କମିଛି ।

କେରଳରୁ ସର୍ବାଧିକ ୮୯୮୯ ପଜିଟିଭ୍ ବାହାରିଥିବା ବେଳେ ମିଜୋରାମରୁ ଆଉ ୨୦୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ ରହିଛି ।

୫ଟି ରାଜ୍ୟ କେରଳ, ମହାରାଷ୍ଟ୍ର, ମିଜୋରାମ, ମଧ୍ୟପ୍ରଦେଶ, ତାମିଲନାଡୁରୁ କେବଳ ୬୦ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୩୪୭ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୯ହଜାର ୩୫୮କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ କୋଭିଡରୁ ସୁସ୍ଥ ହୋଇଛନ୍ତି ୮୨ହଜାର ୮୧୭ ଆକ୍ରାନ୍ତ । ଦେଶରେ ସୁସ୍ଥହାର ୯୮ ପ୍ରତିଶତ । ଏବେ ଦେଶରେ ୪ଲକ୍ଷ ୨୩ହଜାର ୧୨୭ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.