Latest Odisha News

BREAKING NEWS

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର : ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉବା ଫୁଟୱେୟାର୍ କିମ୍ବା ହ୍ୟାଣ୍ଡ୍ ବ୍ୟାଗ ବାଛିବା ହେଉ ।

ଜାଣନ୍ତୁ କେଉଁ ଭଳି ପୋଷାକ ଆପଣଙ୍କ ଲୁକକୁ ଅଧିକ ଷ୍ଟାଇଲିସ୍ ଓ ଏଲିଗେଟ୍ କରିବ ।

ଅଫିସରେ ଲମ୍ବା ସାର୍ଟ ବଦଳରେ ଫ୍ଲପି ଟପ୍ ପିନ୍ଧନ୍ତୁ , ଏଥିରେ ଆରାମ ଅନୁଭବ କରିବା ସହିତ ସୁନ୍ଦର ଲାଗିବେ ।

ଉଚ୍ଚତା କମ୍ ଥିଲେ ପାଦକୁ ଆରାମ ଲାଗିଲା ଭଳି ହିଲ୍ ପିନ୍ଧିବା ପାଇଁ ଟ୍ରାଏ କରନ୍ତୁ ।

ଏହାଛଡା ଆବଶ୍ୟକ ଅନୁସାରେ ହ୍ୟାଣ୍ଡବ୍ୟାଗ୍ ବାଛନ୍ତୁ, ଅଫିସର ଫାଇଲ୍ ସବୁ ନେବା ଆଣିବା କରିବାକୁ ପଡୁଥିଲେ ବଡ ହ୍ୟାଣ୍ଡବ୍ୟାଗର ବ୍ୟବହାର କରନ୍ତୁ ନଚେତ୍ ଛୋଟ ହ୍ୟାଣ୍ଡ୍ ବ୍ୟାଗ୍ କ୍ୟାରି କରନ୍ତୁ ।

ସେହିପରି ଏକ ସ୍ମାର୍ଟ ଡ୍ରେସକୁ ଆଟ୍ରାକ୍ଟିଭ୍ ବନାଇଥାଏ ଷ୍ଟାଇଲିସ୍ ଫୁଟୱେୟାର, ଖାସକରି ୱାର୍କିଙ୍ଗ ଓମ୍ୟାନ ମାନେ ଏକ ପ୍ରଫେସନାଲ୍ ଲୁକ୍ ପାଇବା ପାଇଁ ହେଲେ ନିଜ ଫୁଟୱେୟାର ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ ।

ଫର୍ମାଲ୍ ଡ୍ରେସରେ ବ୍ଲାକହିଲ୍, ଜୁତି ବା ସ୍ୟାଣ୍ଡେଲ୍ ବହୁତ ଭଲ ମାନିଥାଏ । କମ୍ ଉଚ୍ଚତା ଥିବା ଯୁବତୀମାନେ ଏହାକୁ ପିନ୍ଧିବା ଦ୍ୱାରା ଡେଙ୍ଗା ଦେଖାଯିବା ସହ ଏହା କନଫିଣ୍ଡେସ୍ ଲୁକ୍ ଦେଇଥାଏ।

ସେହିପରି ଜୁତି, ଫ୍ଲାଟ ବା ଚଉଡା ହିଲ୍ ସାଧାରଣ ଫୁଟୱେୟାର୍ ସବୁ ଷ୍ଟାଇଲକୁ ସୁଟ୍ କରିଥାଏ ଓ ସ୍ମାର୍ଟ ଲୁକ୍ ମଧ୍ୟ ଦେଇଥାଏ ।

ସ୍ଲିକ୍ ଷ୍ଟାଇଲ୍ ଯୁକ୍ତ ଧୂସର ରଙ୍ଗର ଜୁତି ଗୁଡିକ ଆପଣଙ୍କ ବ୍ୟକ୍ତିତ୍ୱକୁ ଏକ ଟେଣ୍ଡ୍ରି ଲୁକ୍ ଦେଇଥାଏ, ଆପଣ ଷ୍ଟ୍ରେଟ୍ କଟ୍ ପ୍ୟାଣ୍ଟ୍ସ୍ ପିନ୍ଧନ୍ତୁ ବା ଢିଲାର ଟ୍ରାଉଜର୍ ପିନ୍ଧନ୍ତୁ, ଜୁତି ଅସୁ ଡ୍ରେସ୍ କୁ ମ୍ୟାଚିଙ୍ଗ୍ କରିଥାଏ ।

ବେଜସ୍ ହିଲ୍ ଫୁଟୱେୟାର୍ ସବୁ ଫର୍ମାଲ୍ ଡ୍ରେସ୍ ସହ ମାନିଥାଏ ଓ ଚଉଡା ହିଲ୍ ଥିବା ଯୋଗୁଁ ପିନ୍ଧିବାରେ ଆରାମ ଲାଗିଥାଏ ।

ବ୍ଲାକ୍ ରଙ୍ଗର ଫୁଟୱେୟାର୍ ସବୁବେଳେ ଫ୍ୟାଶନରେ ରହିଥାଏ । ସମସ୍ତ ୱାର୍କିଙ୍ଗ ଓମ୍ୟାନ ଏହାକୁ ରଖିବା ଜରୁରି,ଏହା ସମସ୍ତ ପୋଷାକକୁ ସୁଟ୍ କରିବା ସହିତ ଏକ ୟୁନିକ୍ ଲୁକ୍ ଦେଇଥାଏ ।

Leave A Reply

Your email address will not be published.