Latest Odisha News

BREAKING NEWS

ଏହି ଛତୁରୁ ମିଳେ ଆମିଷଠୁ ବି ଅଧିକ ପ୍ରୋଟିନ୍, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଓୟେଷ୍ଟର ମସରୁମରେ ଆମିଷ ଅପେକ୍ଷା ଅଧିକ ପ୍ରୋଟିନ ମିଳିଥାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୁର ଥିବା ସହ ଅନେକ ସ୍ଵାସ୍ଥ୍ୟପ୍ରଦ ମଧ୍ୟ । ଓୟେଷ୍ଟର ମସରୁମ୍ ର ରଙ୍ଗ ଏବଂ ଆକାର ସିପ୍ ପରି । ପ୍ରୋଟିନ୍, ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ | ଏହି ସମସ୍ତ ଉପାଦାନ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ | ତେବେ ଆସନ୍ତୁ ଜାଣିବା ଓୟେଷ୍ଟର ମସରୁମ ଖାଇବା ଦ୍ୱାରା ଆମେ କ’ଣ ଲାଭ ପାଇପାରିବା |

୧୦୦ ଗ୍ରାମ ଓୟେଷ୍ଟର ମସରୁମରେ ପ୍ରୋଟିନ୍ ୩ ଗ୍ରାମ, କାର୍ବୋହାଇଡ୍ରେଟ୍ ୩.୫ ଗ୍ରାମ, ଡାଏଟାରୀ ଫାଇବର ୧.୫ ଗ୍ରାମ, ଭିଟାମିନ୍ ବି୫ ୪.୩ ମିଗ୍ରା, ଭିଟାମିନ୍ ବି୨ ୦.୪ ମିଗ୍ରା, ନିୟାସିନ୍ ୩.୫ମିଗ୍ରା, ଫୋଲେଟ୍ ୧୮ ମାଇକ୍ରୋଗ୍ରାମ୍, ପୋଟାସିୟମ୍ ୩୧୮ ମିଗ୍ରା, ଆଇରନ୍ ୦.୫ ମିଗ୍ରା ଥାଏ ।

ଓୟେଷ୍ଟର ମସରୁମରେ ବିଟା ଗ୍ଲୁକାନ୍ ଏବଂ ଏର୍ଗୋଥାୟୋନିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ | ଏହି ଆଣ୍ଟିଅକ୍ସିଡାଣ୍ଟ ଆମ ଶରୀରରେ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ | ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ପରିମାଣ କମିଯାଏ, ସେତେବଳେ ହୃଦରୋଗର ଆଶଙ୍କା ମଧ୍ୟ ବହୁ ପରିମାଣରେ କମିଯାଏ | ଏହା ବ୍ୟତୀତ ଏହା ରକ୍ତ ନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରନ୍ତି | ଏହା କର୍କଟ ପରି ଗୁରୁତର ରୋଗର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ଓୟେଷ୍ଟର ମସରୁମରେ ଏପରି କିଛି ଉପାଦାନ ମିଳିଥାଏ ଯାହା ଶରୀରରେ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ | ଓୟେଷ୍ଟର ମସରୁମରେ କ୍ୟାଲସିୟମ, ଭିଟାମିନ୍ ଡି ଏବଂ ଫସଫରସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଥାଏ ଯାହା ହାଡ ଏବଂ ଦାନ୍ତକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.