ନୂଆଦିଲ୍ଲୀ: ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବରେ ବେଶ୍ ଜଣାଶୁଣା ଇନ୍ଦିରା ଗାନ୍ଧୀ। ଯିଏକି ଭାରତୀୟ ଇତିହାସରେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ମଧ୍ୟ ହୋଇଥିଲେ।
୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଇନ୍ଦିରା ଗାନ୍ଧୀ। ସେ ଦୀର୍ଘ ୧୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବରେ ଶାସନଭାର ସମ୍ଭାଳିଥିଲେ। ଜନ୍ମ ଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…
ତେବେ ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇବା ପାଇଁ ତାଙ୍କୁ ଅନେକ ଲୋକ ଭୁଲିପାରିବେନି, ଯାହାକି ଭାରତୀୟ ରାଜନୀତିର ଗତିକୁ ସବୁଦିନ ପାଇଁ ବଦଳାଇ ଦେଇଛି।
ଗାନ୍ଧୀ ‘ଅପରେସନ୍ ବ୍ଲୁଷ୍ଟାର୍’ ଆରମ୍ଭ କରିବା ପରେ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଆଶ୍ରୟ ନେଇଥିବା ଶିଖ ବିଚ୍ଛିନ୍ନତାବାଦୀଙ୍କ ମୁକାବିଲା ପାଇଁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେବା ପରେ ୧୯୮୪ ମସିହା ଅକ୍ଟୋବର ୩୧ରେ ଇନ୍ଦିରାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁରେ ଏକପ୍ରକାର ଗୋଟିଏ ଯୁଗର ପରିସମାପ୍ତି ଘଟିଥିଲା ବୋଲି ବିବେଚନା ମଧ୍ୟ ହୋଇଥାଏ।
ଇନ୍ଦିରା ଗାନ୍ଧୀ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ଜାନୁୟାରୀ ୧୯୬୬ରୁ ମାର୍ଚ୍ଚ ୧୯୭୭ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ଜାନୁୟାରୀ ୧୯୮୦ରୁ ଅକ୍ଟୋବର ୧୯୮୪ ମସିହା ତଥା ତାଙ୍କୁ ହତ୍ୟା କରିବା ଯାଏଁ ଚାଲିଥିଲା।
୧୯୭୪ରୁ ୧୯୬୪ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗାନ୍ଧୀ ଜଣେ ପ୍ରମୁଖ ସହାୟକ ଭାବେ ବିବେଚିତ ହୋଇଥିଲେ ଏବଂ ତାଙ୍କ ସହିତ ତାଙ୍କର ଅନେକ ଥର ବିଦେଶ ଗସ୍ତରେ ଯାଇଥିଲେ।
୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ସେ ନିର୍ବାଚିତ ହୋଇଥିଲେ।
୧୯୬୪ ମସିହାରେ ପିତାଙ୍କ ଦେହାନ୍ତ ପରେ ସେ ରାଜ୍ୟସଭା (ଉପର ଗୃହ)ର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ କ୍ୟାବିନେଟର ସଦସ୍ୟ ହୋଇଥିଲେ।
୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତ ଜିତିବା ପରେ ଇନ୍ଦିରା ଗାନ୍ଧୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ’ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା।
୧୯୭୫ରେ ୬ ବର୍ଷ ପର୍ଯ୍ୟନ୍ତ ରାଜନୀତିରୁ ବାରଣ କରାଯିବା ପରେ ସେ ଦେଶରେ ଏକ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ।
୧୯୯୯ରେ ମସିହାରେ ବିବିସି ଦ୍ବାରା ଆୟୋଜିତ ଏକ ଅନଲାଇନ୍ ସର୍ଭେରେ ଇନ୍ଦିରା ଗାନ୍ଧୀଙ୍କୁ “ୱିମ୍ୟାନ୍ ଅଫ୍ ମିଲେନିୟମ୍” ଭାବରେ ନାମିତ କରାଯାଇଥିଲା।
ତେବେ ବିଶ୍ବର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଟାଇମ୍ ମାଗାଜିନରେ ତାଙ୍କ ନାମ ପରିପ୍ରକାଶ ହୋଇଥିଲା।
Comments are closed.