Latest Odisha News

ଦୁଷ୍କର୍ମକାରୀକୁ ସଜା: ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ । ୨୦୧୮ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ନୂଆପଡ଼ା ପୋକସୋ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ହୋଇଛି ।

୨୦୧୮ରେ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ନାବାଳିକାକୁ ବାଇକରେ ଆଣି ଗାଁ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଅଭିଯଗ ପରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ସ୍ୱତନ୍ତ୍ର ଜଜ୍ ପୋକସୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ସଜା ଶୁଣାଇଛନ୍ତି ।

Leave A Reply

Your email address will not be published.