Latest Odisha News

BREAKING NEWS

ଜାଣନ୍ତୁ, ପୁଲୱାମା ଆକ୍ରମଣ ଭଳି ପାକିସ୍ତାନ ଘଟାଇଥିବା ଆଉ କିଛି ବର୍ବର କାଣ୍ଡ ସମ୍ପର୍କରେ

ଭୁବନେଶ୍ୱର: ଚାହୁଁ ଚାହୁଁ ବିତିଗଲାଣି ଏକ ବର୍ଷ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଭାରତ ପାଇଁ ଥିଲା କଲା ଦିବସ। ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାଆର ୪୪ ବୀର ସୁପୁତ୍ର ।

ଆଜିବି ମନେ ପଡିଲେ ଦେହ ଶିହିରି ଉଠେ । ଏହିଦିନ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଏକ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ସୈନ୍ୟ ଶହୀଦ ହୋଇଥିଲେ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ପାକିସ୍ତାନ ଘଟାଇଥିବା ଆଉ କିଛି ବର୍ବର କାଣ୍ଡ ସମ୍ପର୍କରେ

୨୦୧୫ ମସିହାଠାରୁ ଭାରତୀୟ ସେନା ବାହିନୀଙ୍କ ବିରୁଦ୍ଧରେ ପାକିସ୍ତାନରେ ସ୍ଥିତ ଅନେକ ସଙ୍ଗଠନ ଆତ୍ମଘାତୀ ଆକ୍ରମଣ ସଂଖ୍ୟା ବୃଦ୍ଧି ଘଟିଥିଲା ।

ଜୁଲାଇ ୨୦୧୫ ମସିହାରେ ତିନି ଜଣ ବନ୍ଧୁକଧାରୀ ଗୁରୁଦାସପୁରଠାରେ ଏକ ବସ ଏବଂ ପୁଲିସ ଥାନା ଉପରେ ଆକ୍ରମଣ କରିଥିଲେ ।

୨୦୧୬ ମସିହାରେ ଚାରିରୁ ଛଅ ଜଣ ବନ୍ଧୁକଧାରୀ ପଠାନକୋଟ ବାୟୁସେନା କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ ।

ପାମ୍ପୋରଠାରେ ଆତଙ୍କବାଦୀଗଣ ଆକ୍ରମଣରେ ଫେବୃୟାରୀ ଏବଂ ଜୁନ ମାସ ୨୦୧୬ ମସିହାରେ ଯଥାକ୍ରମେ ୯ ଏବଂ ୮ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ।

ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ।

୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହି ସବୁ ଆକ୍ରମଣ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥ ପାଖାପାଖି ଘଟିଥିଲା ।

Leave A Reply

Your email address will not be published.