ଭୁବନେଶ୍ୱର: କମିଲା ତାତି। ହାଲୁକା ଗରମ କମିଛି । ଅଧିକାଂଶ ସ୍ଥାନରେ ପାରଦ ସାମାନ୍ୟ କମିଛି । ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଯାଇଥିବା ଭୁବନେଶ୍ୱର ୪ ଦିନ ପରେ ୪୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଆସନ୍ତା ୩/୪ ଦିନ ଏମିତି ରହିବ । ୬ରୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ମଙ୍ଗଳବାର ଭୁବନେଶ୍ୱର ପାରଦ ୩୮.୬ ଡିଗ୍ରୀକୁ ଖସି ଆସିଛି । ଏହାସହ କଟକ ତାପମାତ୍ରା ମଧ୍ୟ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟ ସହର ଭିତରେ ଅନୁଗୁଳ ୩୮.୭, ସୁନ୍ଦରଗଡ଼ ୩୮, ତାଳଚେର ୩୮.୧, ବଲାଙ୍ଗିର ୩୮, ଟିଟିଲାଗଡ଼ ୩୮, ମାଲକାନଗିରି ୩୮, ନୟାଗଡ଼ ୩୮ ଡିଗ୍ରୀ ସେଲସିୟସ୍ ରହିଛି । ୯ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା ଓ ବୌଦ୍ଧ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ସାମୁଦ୍ରିକ ପବନ ଯୋଗୁ ତାପମାତ୍ରା ସାମାନ୍ୟ କମିଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ବଢ଼ି ୩୯ ଡିଗ୍ରୀ ଛୁଇଁପାରେ ।
ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ତାରିଖ ଯାଏଁ ତାପମାତ୍ରା ଅପରିବର୍ତ୍ତିତ ରହିବ କିମ୍ବା ଧୀରେ ଧୀରେ ବଢ଼ିବ । ୪ ତାରିଖରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ବଢ଼ିବ । ବର୍ତ୍ତମାନ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ଅସ୍ଥିର ରହିବ । କେବେ ସାମାନ୍ୟ ବଢ଼ିବ, କେବେ କମିଯିବ । ୬ରେ ସାରା ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ୭ ଓ ୮ ତାରିଖରେ ରାଜ୍ୟର ଅନେକ ଜାଗାରେ ତାପମାତ୍ରା ଅଧିକ ଥିବ । ବିଶେଷକରି କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପାରଦ ୪୧ କିମ୍ବା ୪୨ ଛୁଇଁପାରେ ।
Comments are closed.