Latest Odisha News

BREAKING NEWS

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ ସହରାଞ୍ଚଳ ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ପ୍ରତଷ୍ଠିତ କିସ୍‍-ଦିଲ୍ଳୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ସଫଳତା ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସ୍ନେହା ନାୟକ କଳାରେ ୯୮.୪ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍‍ପର ହେବାର ଗୌରବ ଅର୍ଜନ କରିଛନ୍ତି । ଆଜି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପରିଦର୍ଶନ କରି ଏଠାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରିବା ସହ ମିଠା ବଣ୍ଟନ
କରିଥିଲେ ।

ସ୍କୁଲ୍‍ର ଏହି ସଫଳତାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ ଭଳି ତିନୋଟି ସିବିଏସ୍‍ଇ ସ୍କୁଲ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ବାସ୍ତବ ଅର୍ଥରେ ଏକ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏବଂ ଏହା ସମଗ୍ର ଭାରତରେ ସର୍ବୋତ୍କୃଷ୍ଟ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ମଧ୍ୟରେ ଅନ୍ୟତମ । ଏହି ସ୍କୁଲ୍‍ ପ୍ରତିଷ୍ଠା ହେବା ଦିନଠାରୁ ଏହାର ଛାତ୍ରଛାତ୍ରୀମାନେ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି ।

ଶ୍ରୀ ସାମନ୍ତଙ୍କ ଦ୍ୱାରା କଟକ ଜିଲ୍ଲା ଗ୍ରାମାଞ୍ଚଳ ପିଲାଙ୍କ ପାଇଁ କଲରାବାଙ୍କ ସ୍ମାର୍ଟ ଭିଲେଜଠାରେ ପ୍ରତିଷ୍ଠିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ୍‍ କରିଛନ୍ତି । ଏଠାରେ ପ୍ରତବିର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଏହା ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସହରାଞ୍ଚଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ କୌଣସି ଗୁଣରେ କମ୍‍ ନୁହେଁ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ସହରାଞ୍ଚଳ ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍-ଦିଲ୍ଳୀର ଛାତ୍ରଛାତ୍ରୀମାନେ ମଧ୍ୟ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ୍‍ କରିଛନ୍ତି । ଲଗାତାର ୩ୟ ବର୍ଷ ପାଇଁ ଏହି ସ୍କୁଲ୍‍ର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପିଲାମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଏଥିରେ ଶ୍ରୀ ସାମନ୍ତ ଆନନ୍ଦ ପ୍ରକାଶ କରି ତିନୋଟିଯାକ ସିବିଏସ୍‍ଇ ସ୍କୁଲ୍‍ର ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.