Latest Odisha News

BREAKING NEWS

Murder: ଜମିବାଡି ବିବାଦରୁ ହତ୍ୟା; ପୁଅକୁ ଛୁରି ଭୁସିଦେଲା ବାପା

ଢେଙ୍କାନାଳ:କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ପୁଅକୁ ଛୁରି ଭୁସି ହତ୍ୟା କଲା ବାପା । ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା । ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ଜମିବାଡି ବିବାଦକୁ ନେଇ ବାପାର ଛୁରା ମାଡ଼ରେ ପୁଅ ମୃତ୍ୟୁ ହୋଇଛି ।

କମ୍ପୁଳେଇ ଗ୍ରାମରେ ବିଭୂତି ସାହୁ ଓ ତାଙ୍କ ପୁଅ କ୍ଷୀରୋଦଙ୍କ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏ ନେଇ କ୍ଷୀରୋଦ କଙ୍କଡାହାଡ ଥାନାରେ ଏତଲା ଦେବାକୁ ଯାଇଥିଲେ। ଏତଲା ଦେଇ ଫେରିବା ବେଳେ ବାଟରେ ବିଭୂତି ପୁଅ କ୍ଷୀରୋଦକୁ ଛୁରୀରେ ଆକ୍ରମଣ କରିଥିଲା। ପରିବାର ଲୋକ କ୍ଷୀରୋଦକୁ ମୁର୍ମୁଷୁ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହତ୍ୟାକାଣ୍ଡ ପରେ ବାପା ବିଭୂତି ସାହୁ ଫେରାର ହୋଇଯାଇଛି।

କ୍ଷୀରୋଦଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ କାମାକ୍ଷାନଗର ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.