Latest Odisha News

BREAKING NEWS

ପୁଅର ଅଜବ ହରକତ: ମାଆର ମୃତ ଦେହକୁ ୧୩ ବର୍ଷ ସୋଫା ଉପରେ ରଖିଲେ

ପୋଲାଣ୍ଡ:ନିଜ ମାଆକୁ ହରାଇବା କେତେ ଯେ କଷ୍ଟ, ସେ କଥା ଅନୁଭବି ହିଁ ଜାଣେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଯିଏ ନିଜ ମାଆଙ୍କ ବିନା ବଞ୍ଚିବା ସମ୍ଭବ ନ ହେବାରୁ ମୃତ ଦେହକୁ କବରରୁ କାଡ଼ି ନିଜ ଘର ସୋଫାରେ ରଖିଥିଲେ । ତାହା ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ ବର୍ଷ । ଆଉ ମାଆଙ୍କ ସହ ପାଗଳ ପରି ପ୍ରତ୍ୟେକ ଦିନ କଥା ବି ହେଉଥିଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ୭୬ ବର୍ଷୀୟ ବ୍ୟକ୍ତି ଏଲ.ମାରିଅନ୍ ଦକ୍ଷିଣ-ପଶ୍ଚିମ ପୋଲାଣ୍ଡର ରାଡଲିନେରେ ରୁହନ୍ତି । ଦିନେ ତାଙ୍କର ଜଣେ ସମ୍ପର୍କୀୟ ମାରିଆନ୍‌ଙ୍କୁ ବାହାରେ ପାଗଳ ପରି ବୁଲୁଥିବାର ଦେଖିବାକୁ ପାଇଲେ । ତାକୁ ନେଇ ଯେତେବେଳେ ଘର ଭିତରକୁ ଗଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ମା’ଙ୍କ ମୃତଦେହ ବସିଥିବା ଅବସ୍ଥାରେ ସୋଫା ଉପରେ ପଡ଼ିଥିଲା । ଏନେଇ ତତ୍‌କ୍ଷଣାତ୍ ପୋଲିସକୁ ଖବର ଦେଲେ । ପୋଲିସ ତଦନ୍ତ କରିବା ସହ କବର ଖୋଳି ଦେଖିବା ପରେ କବରଟି ଖାଲି ଥିବା ଜାଣିବାକୁ ପାଇଥିଲା । ଯେତେବେଳେ ମୃତଦେହର ଡିଏନ୍‌ଏ ପରୀକ୍ଷା କରାଯାଇଥିଲା, ସେତେବେଳେ ପୁରା କାହାଣୀ ସାମ୍ନାକୁ ଆସିଥିଲା ।
ଅନୁସନ୍ଧାନ ପରେ ଜଣାପଡିଛି ଯେ, ତାଙ୍କ ମାଆଙ୍କ ମୃତ୍ୟୁପରେ ନିକଟସ୍ଥ କବରଖାନାରେ କବର ଦିଆଯାଇଥିଲା । କିନ୍ତୁ ସମସ୍ତଙ୍କ ଅଜାଣତରେ ମାରିଅନ୍ ସମାଧି ଖୋଳି ତୁରନ୍ତ ନିଜର ମାଆଙ୍କ ମୃତଦେହକୁ ଘରକୁ ନେଇ ଆସିଥିଲେ । କବରସ୍ଥାନଟି ଘରଠାରୁ ମାତ୍ର ୩୦୦ ମିଟର ଦୂରରେ ଥିଲା । ମାରିଏଲ ମୃତଦେହକୁ ଏକ ବାଇକରେ ଆଣିବା ପରେ ସେଥିରେ କିଛି ରାସାୟନିକ ପଦାର୍ଥ ପ୍ରୟୋଗ କରି ମୃତଦେହକୁ ସୋଫା ଉପରେ ବସିଲା ଭଳି ଢଙ୍ଗରେ ରଖିଥିଲେ । ଯାହାଫଳରେ ତାଙ୍କ ମାଆ ଟିଭି ଦେଖିପାରିବେ । ଶରୀରରୁ୍ ଗନ୍ଧ ବି ବାହାରୁଥିଲା । ଦୀର୍ଘ ୧୩ ବର୍ଷ ସେ ଏପରି ରଖିଥିଲେ । ଏହି ବ୍ୟକ୍ତି ମୃତ ଶରୀର ସହିତ ଘଣ୍ଟା ଘଣ୍ଟା ଧରି କଥା ବି ହେଉଥିଲେ । ବର୍ତ୍ତମାନ ପୋଲିସ ମୃତଦେହକୁ ଜବତ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ।

Leave A Reply

Your email address will not be published.