Latest Odisha News

ପିତୃ ହନ୍ତା: ବାପାଙ୍କୁ ଶାବଳରେ ପିଟି ହତ୍ୟା କଲା ପୁଅ

ସୋନପୁର: ଜନ୍ମଦାତାଙ୍କୁ ହତ୍ୟା । ବାପାଙ୍କୁ ମାରି ପୋତି ଦେଲା ପୁଅ । ଏଭଳି ବର୍ବର ଓ ଅମାନବୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲା ଗାଁରେ । ମୃତକ ହେଲେ ମୁରଲୀ ତସା । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ଅଧିକ ଖୋଳତାଡ ଜାରି ରହିଛି ।

ମୁରଲୀ ତସା ଓ ତାଙ୍କ ପୁଅ ଇଟା ପକାଇବାକୁ ଯାଇଥିଲେ । ସେଠାରେ ଘରୋଇ କାରଣକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଏକ ଶାବଳରେ ବାପାଙ୍କୁ ଆକ୍ରମଣ କରିଥିଲା ।

ଘଟଣାସ୍ଥଳରେ ମୁରଲୀଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ପରେ କିଛି ଲୋକଙ୍କ ସହାୟତାରେ ସେ ମୃତଦେହକୁ ପୋତି ଦେଇଥିଲା । ବୀରମହାରାଜପୁର ଥାନା ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ମୃତଦେହ ପୋତିଥିବା ସ୍ଥାନକୁ ନେଇ ତଦନ୍ତ କରିଛି ପୋଲିସ ।

Leave A Reply

Your email address will not be published.