କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ ।
ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା ପଟା କିଣାକୁ ନେଇ ଝଗଡା ଲାଗିଥିଲା । ଆଜି ଏହି ବିବାଦ ଭୟଙ୍କର ରୂପ ନେଇଥିଲା । ଏଥିରେ ପୁଅ ସୁନୀଲ ଉତକ୍ଷିପ୍ତ ହୋଇ ନିଜ ବାପା କୁଶଙ୍କୁ ଏକ କୋଦାଳରେ ହାଣି ହତ୍ୟା କରିଥିଲା ।
ଖବର ପାଇ ବାରିଆ ପୋଲିସ ଘଟଣା ସ୍ଥଳରେ ପହଁଚି ହତ୍ୟାକାରୀ ପୁଅ ସୁନୀଲକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କୋଦାଳକୁ ଜବତ କରିଛି।
ଏହି ଘଟଣା ପରେ କୁଶଙ୍କ ପରିବାର ତଥା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.