Latest Odisha News

BREAKING NEWS

‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ‘ଟ୍ୱିଟର’କୁ ଗୁଡବାଏ କହିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଏନେଇ ସେ ତାଙ୍କ ଇଂଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତେବେ ସେ ଟ୍ୱିଟର ଆକାଉଂଟକୁ ଟିକେ ନିଆରା ଅନ୍ଦାଜରେ ଡିଆକ୍ଟିଭେଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ।

‘ଆଗ୍ ଲଗେ ବସ୍ତିମେଁ, ମେ ଅପନେ ମସ୍ତି ମେଁ’ ଏଭଳି ଏକ ମଜାଦାର ମେସେଜ ଲେଖି ସୋନାକ୍ଷୀ ଟ୍ୱିଟର ଆକାଉଂଟରୁ ବିଦାୟ ନେଇଛନ୍ତି ।ତେବେ ଟ୍ୱିଟର ଛାଡିବା ନେଇ ସେ କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ନେଗେଟିଭିଟିରୁ ଦୂରେଇବାକୁ  ଟ୍ୱିଟର ଆକାଉଣ୍ଟ ଡିଆକ୍ଟିଭେଟ କରିବାକୁ ବାଧ୍ୟ ହୋଇଛି। ଟ୍ୱିଟ୍‌ରରେ ସେ କରିଥିବା ଶେଷ ପୋଷ୍ଟର ସ୍କ୍ରିନ୍‌ ସଟ୍ ତାଙ୍କ ଇଂଷ୍ଟା ପେଜ୍‌ରେ ପୋଷ୍ଟ କରିଛନ୍ତି।

ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ବିଲଉଡରେ ନେପୋଟିଜିମ୍‌କୁ ନେଇ ନୂଆ ତର୍କ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଟ୍ୱିଟରରେ ଲୋକେ ଭିନ୍ନ ଭିନ୍ନ କଳାକାରଙ୍କୁ ବିଭିନ୍ନ ପ୍ରଶ୍ନ କରୁଛନ୍ତି। ଏଥିରୁ ସୋନାକ୍ଷୀ ମଧ୍ୟ ବାଦ ନଥିଲେ। ଲୋକେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରୁଥିଲେ ଓ ତାଙ୍କ ଉପରେ ମଧ୍ୟ ଆରୋପ ଲଗାଉଥିଲେ। ତେବେ ଏହାକୁ ନେଇ ସେ ଟ୍ୱିଟର ଆକାଉଂଟରୁ ଦୂରେଇ ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed.