Latest Odisha News

BREAKING NEWS

ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର୍ !

ମୁମ୍ବାଇ : ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସର୍ ରୋଗରେ ପୀଡ଼ିତ । ସୋନାଲୀ କ୍ୟାନସରରେ ପୀଡ଼ିତ ହୋଇଥିବା କଥା ନିଜେ ଆଜି ସୋସିଆଲ ମିଡ଼ିଆରେ ଫ୍ୟାନ ମାନଙ୍କୁ ଜଣାଇଛନ୍ତି । ଏହି ଦୁଃଖଦ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଦୁଃଖିତ କରିଛି ।

ନବେ ଦଶକର ସଫଳ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ କ୍ୟାନସର ହୋଇଥିବା ଖବର ଜଣାପଡ଼ିବା ପରେ ବଲିଉଡ଼ ସ୍ତବ୍ଧ ଓ ଚକିତ ହୋଇ ପଡ଼ିଛି । ସୋସିଆଲ ମିଡ଼ିଆରେ ତାଙ୍କର ଶିଘ୍ର ଆରୋଗ୍ୟ କାମନା କରି ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି ।

ହିନ୍ଦି ଚଳଚ୍ଚିତ୍ର ଜଗତର ଜଣେ ସଫଳ ନାୟିକା ଭାବେ ସୋନାଲୀ ନିଜର ନିଖୁଣ ଅଭିନୟ ମାଧ୍ୟମରେ ପ୍ରତିଷ୍ଠିତ କରିପାରିଛନ୍ତି । ଆଜି ସୋନାଲୀ ନିଜର ଇନଷ୍ଟାଗ୍ରାମରେ ପ୍ରୋଫାଇଲରେ ଲେଖିଛନ୍ତି, ରକ୍ତ ପରୀକ୍ଷା ପରେ ତାଙ୍କୁ କର୍କଟ ରୋଗ ହୋଇଛି ବୋଲି ଜଣାପଡ଼ିଛି । ତେବେ ଆମେରିକାର ନ୍ୟୁୟର୍କର ଏକ କ୍ୟାନସର ହସ୍ପିଟାଲରେ ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଯାଇଛି ।

ସୋନାଲୀ ମଧ୍ୟ ତାଙ୍କ ଫ୍ୟାନମାନଙ୍କୁ ଲେଖିଛନ୍ତି ଏହି ଜୀବନ ଯୁଦ୍ଧରେ ମୋ ପଛରେ ମୋର ଅଗଣିତ ଫ୍ୟାନ୍ ଓ ମୋ ପରିବାର ରହିଛି ।

Leave A Reply

Your email address will not be published.