Latest Odisha News

BREAKING NEWS

ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗ: ଆସନ୍ତାକାଲି ବିହାର ଯିବ କମିଟି

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ କରିବା ଲାଗି ଗଠିତ ହୋଇଥିବା ସ୍ୱତନ୍ତ୍ର କମିଟି ଆସନ୍ତାକାଲି ବିହାର ଗସ୍ତ କରିବ । ଏହି ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ମନ୍ତ୍ରୀ ନୃସିଂହ ଚରଣ ସାହୁ ମଧ୍ୟ ବିହାର ଗସ୍ତରେ ଯିବେ ।

ଏହି କମିଟିର ଅନ୍ୟ ସଦସ୍ୟ ବିଧାୟକ ମନୋହର ରାନ୍ଧାରୀ, ବିଧାୟିକା ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ସଚିବ ଏବଂ ବିଧାନସଭା ସଚିବ ମଧ୍ୟ ଆସନ୍ତାକାଲି ବିହାର ଗସ୍ତରେ ଯାଉଛନ୍ତି ।

ତେବେ ଏହି କମିଟିରେ ରହିଥିବା ଅନ୍ୟ ସଦସ୍ୟ ଭୁଜବଳ ମାଝି (କଂଗ୍ରେସ) ଓ ନିତିଶ ଗଙ୍ଗଦେବ (ବିଜେପି) ବିହାର ଗସ୍ତରେ ଯାଉନାହାନ୍ତି ବୋଲି ଜଣାଇଛନ୍ତି ।

“ବିହାର ବିଧାନ ପରିଷଦ ଅନୁଧ୍ୟାନ କରିସାରିଲାପରେ କମିଟି ଏନେଇ ଏକ ରିପୋର୍ଟ ପ୍ରଦାନ କରିବ” ବୋଲି କହିଛନ୍ତି କମିଟିର ଅଧ୍ୟକ୍ଷ ଶ୍ରୀ ସାହୁ ।

ବିହାର ଗସ୍ତ କରି ସାରି କମିଟି ଆନ୍ଧ୍ରପ୍ରଦେଶ ଗସ୍ତ କରିବ । ଏହି କମିଟି ପୂର୍ବରୁ ୨୦୧୫ ମସିହାରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରିଥିଲା । ରାଜ୍ୟରେ ବିଧାନ ପରିଷଦ ଗଠନ କରିବା ସଂକ୍ରାନ୍ତରେ ୨୦୧୫ ମସିିହାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ଏହି କମିଟିଠାରୁ ଚୂଡ଼ାନ୍ତ ରିପୋର୍ଟ ହସ୍ତଗତ କଲାପରେ ବିଧାନ ପରିଷଦ ଗଠନ କରିବାର ପ୍ରକ୍ରିୟା ଆରମ୍ଭ କରିବେ ।

ଭାରତରେ ଆନ୍ଧ୍ରପ୍ରଦେଶ, ବିହାର, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଉତ୍ତରପ୍ରଦେଶରେ ବିଧାନ ସଭା ସହିତ ସ୍ୱତନ୍ତ୍ର ଭାବେ ବିଧାନ ପରିଷଦ ରହିଛି ।

Leave A Reply

Your email address will not be published.