Latest Odisha News

ସୋନାଲିଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲା ପିଏ ସୁଧୀର !

ହିସାର :  ସୋନାଲି ଫୋଗାଟଙ୍କୁ  ହତ୍ୟା କରିଥିଲା ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନ । ପୂର୍ବରୁ ହତ୍ୟା କରିବା ପାଇଁ ହୋଇଥିଲା ଯୋଜନା । ହତ୍ୟା କରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ଘୋଷଣା କରିବା ପାଇଁ ଥିଲା ପ୍ଲା୍ନ । ତେବେ ସବୁ ପ୍ଲାନର ଖୁଲାସା କରିଛି ଗୋଆ ପୋଲିସ ।  ଅଗଷ୍ଟ 23ରେ ସୋନାଲିଙ୍କ ହତ୍ୟା ମାମଲାର ତଦନ୍ତ କରି ଏହା ହିଁ ପ୍ରକାଶ କରିଛି ଗୋଆ ପୋଲିସ । ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରି ସୋନାଲିଙ୍କୁ ଗୁରୁଗ୍ରାମରୁ  ଗୋଆ ନେଇଥିଲା ସୁଧୀର । ଆଉ ସେଠାରେ ଡ୍ରଗ୍ସ ପିଇବାକୁ ଦେଇ ହତ୍ୟା କରିଥିଲା । ଏହି ମାମଲାରେ ସୁଧୀର ତାଙ୍କ ବନ୍ଦୁ ସୁଖବିନ୍ଦର ସହ 5 ଜଣଙ୍କୁ ଗୋଆ ପୋଲିସ ଗିରଫ କରିଛି । ଯାହାକୁ  ନେଇ ଏହି ତଥ୍ୟ ଏବେ ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି ।

2019 ନିର୍ବାଚନ ପୂର୍ବରୁ ସୋନାଲି ଫୋଗାଟଙ୍କ ସୁଧୀର ସହ ଦେଖା ହୋଇଥିଲା । ତେବେ ପରେ ସେ ସୋନାଲିଙ୍କ ପିଏ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରି କାମ କରୁଥିଲା । କିନ୍ତୁ ସୋନାଲିଙ୍କ ଅର୍ଥ ହଡପ କରିବା ତାର ମୁଖ୍ୟ ଉଦ୍ଦେଶ୍ୟ ଥିବା ଏବେ ଜଣାପଡିଛି ।

ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀରକୁ ପୋଲିସ  ରିମାଣ୍ଡରେ ନେଇ ପଚରାଉଚୁରା କରିବା ପରେ  ନିଜର ଅପରାଧ ସ୍ୱୀକାର କରିଛି ସୁଧୀର। ହତ୍ୟା ଷଡଯନ୍ତ୍ର ରଚିଥିବା ଅଭିଯୁକ୍ତ ମଧ୍ୟ ସ୍ୱୀକାର କରିଛି। ଗୋଆ ପୋଲିସର ଏକ ସୂତ୍ର ଏହି ସୂଚନା ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ପୋଲିସ ସୂତ୍ର ଅନୁଯାୟୀ, ଏହି ଷଡଯନ୍ତ୍ରର ଏକ ଅଂଶ ଭାବରେ ସୁଧୀର ଗୁରୁଗ୍ରାମରୁ ଗୋଆକୁ ନେବାପାଇଁ ସୋନାଲିଙ୍କୁ ମିଛ କହିଥିଲେ । । ସୋନାଲିଙ୍କୁ  ହତ୍ୟା କରିବାର ଷଡଯନ୍ତ୍ର ବହୁ ପୂର୍ବରୁ ହୋଇଥିଲା। ଗୁଳି କିମ୍ବା ଅସ୍ତ୍ରରେ ମାରିବାର ଯୋଜନା ନଥିଲା ।  ହାର୍ଟ ଆଟାକରେ ମୃତ୍ୟୁବରଣ ହୋଇଛି  ବୋଲି ପ୍ରଚାର କରିଦିଆଯାଇଥିଲା । ଜାତୀୟ ଗଣମାଧ୍ୟମ ପ୍ରଥମେ ସୋନାଲିଙ୍କ ହୃଦଘାତରେ ହୋଇଛି ବୋଲି ଖବର ପରିବେଷଣ କରିଥିଲା । ତେବେ ପ୍ରମାଣ ମିଳିବା ପରେ  ସୁଧୀର ସାଙ୍ଗୱାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ପାଇଁ  ଯଥେଷ୍ଟ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏଥି ସହିତ ଗୋଆ ସିଏମ ପ୍ରମୋଦ ସାୱନ୍ତ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ସୋନାଲିଙ୍କ ପରିବାର ଲୋକେ ପ୍ରଥମରୁ ଏହାକୁ ହତ୍ୟାକାଣ୍ଡ କହି ଆସୁଥିଲେ । ଅଗଷ୍ଟ 24ରେ  ସୁଧୀର ଏବଂ ସୁଖବିନ୍ଦର  ଗୋଆକୁ ନେଇ ଦୁଷ୍କର୍ମ କରିବା ସହ ସୋନାଲିଙ୍କୁ ହତ୍ୟା କରିଥିବା ଥାନାରେ ଏତଲା ଦେଇଥିଲେ । ଅଗଷ୍ଟ 25ରେ ସୁଧୀର ଏବଂ ସୁଖବିନ୍ଦରକୁ ଗୋଆ ପୋଲିସ ଗିରଫ କରିଥିଲା । ପରେ ହୋଟେଲରୁ ମଧ୍ୟ ଡ୍ରଗ୍ସ ମିଳିଥିଲା । ସିସିଟିଭିରେ ସୋନାଲିଙ୍କୁ ଡଗ୍ରସ ପିଆଯାଇଥିବା ରେକର୍ଡିଂ ହୋଇଥିଲା ।

Leave A Reply

Your email address will not be published.