Latest Odisha News

ଏସିଆ କପ କ୍ରିକେଟ: ସୁପର ୪ର ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଏସିଆ କପ ଟି୨୦ କ୍ରିକେଟର ସୁପର ୪ ପାଇଁ ଟିମଗୁଡିକ ଚୂଡାନ୍ତ ହୋଇଛି । ଏଥିସହ ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ୬ଟି ମ୍ୟାଚ ଖେଳାଯିବ । ଏହା ପରେ ପ୍ରଥମ ୨ଟି ଟିମ ଫାଇନାଲରେ ପ୍ରବେଶ କରିବ । ଅନ୍ୟ ଅର୍ଥରେ ୮ ଦିନରେ କ୍ରିକେଟପ୍ରେମୀ ୭ଟି ରୋମାଂଚକ ମ୍ୟାଚ ଦେଖିବାକୁ ପାଇବେ । ଗ୍ରୁପ ଷ୍ଟେଜରେ ଭାରତ ପକ୍ଷରୁ ବ୍ୟାଟିଂରେ ବିରାଟ କୋହଲି ଏବଂ ବୋଲିଂରେ ଭୁବନେଶ୍ୱର କୁମାର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁନର୍ବାର ଭାରତ ଏବଂ ପାକିସ୍ତାନ ରବିବାର ପରସ୍ପରକୁ ଭେଟିବାକୁ ଯାଉଥିବାରୁ ଏଥିପ୍ରତି ମଧ୍ୟ ସମସ୍ତଙ୍କ ନଜର ରହିଛି । ଯଦି ଏହି ୨ଟି ଶ୍ରେଷ୍ଠ ପ୍ରଦର୍ଶନ କରିବେ ତାହାହେଲେ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇପାରନ୍ତି । ସୂଚନାଯୋଗ୍ୟ, ଆଘାତପ୍ରାପ୍ତ ଯୋଗୁ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି ।

କାର୍ଯ୍ୟସୂଚୀ: ସେପ୍ଟମ୍ବର ୩: ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ । ସେପ୍ଟମ୍ବର ୪: ଭାରତ ବନାମ ପାକିସ୍ତାନ । ସେପ୍ଟେମ୍ବର ୬: ଭାରତ ବନାମ ଶ୍ରୀଲଙ୍କା । ସେପ୍ଟମ୍ବର ୭: ପାକିସ୍ତାନ ବନାମ ଆଫଗାନିସ୍ତାନ । ସେପ୍ଟମ୍ବର ୮: ଭାରତ ବନାମ ଆଫଗାନିସ୍ତାନ । ସେପ୍ଟମ୍ବର ୯: ଶ୍ରୀଲଙ୍କା ବନାମ ପାକିସ୍ତାନ । ସେପ୍ଟମ୍ବର ୧୧: ଫାଇନାଲ । (ସମସ୍ତ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ)

Leave A Reply

Your email address will not be published.