Sonam Wangchuk Ends Hunger Strike:୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ;ଜେ.ପି. ନଡ୍ଡାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି
ନୂଆଦିଲ୍ଲୀ:ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଶେଷରେ ୨୬ ଦିନ ପରେ ନିଜର ଅନଶନ ଭାଙ୍ଗିଛନ୍ତି। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତର ମନ୍ତରରେ ଚାଲିଥିବା ବିକ୍ଷୋଭ ମଧ୍ୟରେ, କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଭେଟିଛନ୍ତି। ଆଲୋଚନା ପରେ ସୋନମ ୱାଙ୍ଗଚୁକ୍ ନିଜର ଅନଶନ ଭଙ୍ଗ କରିଛନ୍ତି । ସେ ଗତ କିଛି ଦିନ ଧରି ଅନଶନ କରୁଥିଲେ।
Just now in the presence of Union Ministers Sh. JP Nadda, Dr. Jitendra Singh and the senior leaders of Apex Body of Leh Ladakh I finally broke my fast after 26 days. Earlier 65 members of parliament from different political parties had visited or signed letters urging me to break… pic.twitter.com/RFCet7Oksy
— Sonam Wangchuk (@Wangchuk66) July 23, 2026
ତେବେ ନିଜର ଅନଶନ ଭାଙ୍ଗିବା ପରେ ସୋନମ ୱାଙ୍ଗଚୁକ ‘X’ରେ ଲେଖିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା , ଡକ୍ଟର ଜିତେନ୍ଦ୍ର ସିଂହ ଓ ଲେହ ଓ ଲଦାଖର ପ୍ରମୁଖ ସଂଗଠନଗୁଡ଼ିକର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ମୁଁ ନିଜର ୨୬ ଦିନିଆ ଅନଶନ ସମାପ୍ତ କରିଛନ୍ତି। ଏହା ପୂର୍ବରୁ, ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ସିଧାସଳଖ ଭେଟି କିମ୍ବା ଚିଠି ମାଧ୍ୟମରେ ତାଙ୍କୁ ଏହି ଅନଶନ ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ।
ସେ କହିଲେ ଯେ, ବିଭିନ୍ନ ସର୍ତ୍ତାବଳୀ ନେଇ ଦୀର୍ଘସ୍ଥାୟୀ ଆଲୋଚନା ଏବଂ ଦେଶରେ ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ମୁଁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ଏହି ସର୍ତ୍ତାବଳୀ ବିଷୟରେ ବିସ୍ତୃତ ଭାବେ ବୁଝାଇବି। ଏହି ସମୟ ମଧ୍ୟରେ, ମୁଁ ଆପଣ ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଏବଂ କୌଣସି ସ୍ଥାନରେ କୌଣସି ପ୍ରକାରର ହିଂସାକାଣ୍ଡ ଘଟିବାକୁ ନ ଦେବାକୁ ଅନୁରୋଧ କରୁଛି।
मैं सोनम जी से आग्रह करता हूँ की वो डॉक्टरों की सलाह के अनुसार अपनी दिनचर्या रखें और जल्द से जल्द अपना पुराना वज़न फिर से प्राप्त करें।
मैं प्रभु से प्रार्थना करता हूँ कि सोनम जी स्वस्थ रहें।@Wangchuk66 @GitanjaliAngmo
— Narendra Modi (@narendramodi) July 23, 2026
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, “ମୁଁ ସୋନମ୍ ୱାଙ୍ଗଚୁକ୍ଙ୍କୁ ଅନୁରୋଧ କରୁଛି ଯେ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ଦିନଚର୍ଯ୍ୟା ପାଳନ କରନ୍ତୁ ଏବଂ ଯଥାଶୀଘ୍ର ନିଜର ପୂର୍ବ ଓଜନ ଫେରିପାଆନ୍ତୁ।”