Latest Odisha News

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କଲେ ସୋନୁ

ନୂଆଦିଲ୍ଲୀ: ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କରିଛନ୍ତି ଅଭିନେତା ସୋନୁ ସୁଦ। ଆଇଏଏସ୍‌ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେ ‘ସମ୍ଭବମ୍‌’ ନାମରେ ଏକ ନୂ୍ରା ଅଭିଯାନ ଆରମ୍ଭ କରିଛନ୍ତି।

ଶୁକ୍ରବାର ଦିନ ଏହା  ଘୋଷଣା କରି ସୋନୁ କହିଛନ୍ତି ଯେ ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ବ ଆମେ ନେବୁ।

ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୋନୁ ମାଗଣା ଆଇଏଏସ୍‌ କୋଚିଂ ଛାତ୍ରବୃତ୍ତି ପାଇଁ ପ୍ରତିଶୃତି ଦେଇଛନ୍ତି। ଏଥିପାଇଁ ଆବେଦନ ଦାଖଲ ପାଇଁ ଶେଷ ତାରିଖ ହେଉଛି ଜୁନ୍ ୩୦ ଯାଏ ରହିଛି ବୋଲି ଉଲ୍ଲେଖ କରିଛନ୍ତି ସୋନୁ।

ଆଶାୟୀ ଛାତ୍ରଛାତ୍ରୀମାନେ www.soodcharityfoundation.org ପରିଦର୍ଶନ କରି ସୁଦ୍‌ ଫାଉଣ୍ଡେସନ୍‌ରେ ପଞ୍ଜିକରଣ କରିପାରିବେ।

Comments are closed.