Latest Odisha News

BREAKING NEWS

ରାଜ୍ୟରେ ହେବ UG/PG ପରୀକ୍ଷା, ୧୮ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ UG/PG ପରୀକ୍ଷା ହେବ । ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ତେବେ ଆସନ୍ତା ୧୮ ତାରିଖରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ କୁଳପତି ଆଲୋଚନା କରିବେ । ୭ଦିନ ଭିତରେ ଆଲୋଚନା କରି ଜଣାଇବେ କୁଳପତି । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସରକାର ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ UG/PG ପରୀକ୍ଷା ହେବ କି ନାହିଁ ସେନେଇ ସସପେନ୍ସ ଲାଗି ରହିଥିଲା । ଏନେଇ ଆଜି ବସିଥିଲା କୁଳପତିଙ୍କ ବୈଠକ । ବିଚାରବିମର୍ଶ ପରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି ।

ଚଳିତବର୍ଷ କରୋନା ଯୋଗୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି ସରକାର । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏବେ ଟଏ/ଚଏ ପରୀକ୍ଷା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନଜର ରହିଛି ।

Leave A Reply

Your email address will not be published.