ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।
ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ ପ୍ରକୃତ ଜୀବନରେ ଜଣେ ରିୟଲ ହିରୋ ସାବ୍ୟସ୍ତ ହୋଇଛନ୍ତି। ତାଙ୍କର ଉତ୍ତମ କାର୍ଯ୍ୟ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଉଛି।
ତେବେ ଏହି ସମୟରେ ଟ୍ୱିଟରରେ ଜଣେ ବ୍ୟକ୍ତି ସୋନୁଙ୍କ ସହ ମଜା କରିବାକୁ ଚେଷ୍ଟା କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ମଦ ଦୋକାନରେ ପହଞ୍ଚିବାରେ ସାହାଯ୍ୟ କରିବାକୁ କହି ସୋନୁଙ୍କ ସେବାକୁ ପରିହାସ କରିବାକୁ ଚେଷ୍ଟା କରିଛନ୍ତି।
ତେବେ, ଉକ୍ତ ବ୍ୟକ୍ତିଙ୍କ ପୋଷ୍ଟରେ ସୋନୁ ଏକ କୌତୁକିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ଏହି ବ୍ୟକ୍ତି ଜଣଙ୍କ ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରି କହିଛନ୍ତି, ଯେ, “ସୋନୁ ଭାଇ, ମୁଁ ମୋ ଘରେ ଅଟକି ଯାଇଛି। ତୁମେ ମଦ ଦୋକାନରେ ପହଞ୍ଚିବାରେ ସାହାଯ୍ୟ କରିପାରିବ କି?
” ଉକ୍ତ ବ୍ୟକ୍ତିଙ୍କ ଉତ୍ତରରେ ସୋନୁ ସୁଦ ଟ୍ୱିଟ କରି କହିଛନ୍ତି, “ଭାଇ, ମୁଁ ତୁମକୁ ମଦ ଦୋକାନରୁ ଆଣି ଘରେ ପହଞ୍ଚାଇ ପାରିବି। ତେବେ ମୋ ସାହାଯ୍ୟ ଦରକାର କି ନାହିଁ ମୋତେ ଜଣାନ୍ତୁ” ।
” ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ବ୍ୟବସ୍ଥା କରିବା ବ୍ୟତୀତ ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ। ମଧ୍ୟ ଯୋଗାଉଛନ୍ତି।