Latest Odisha News

BREAKING NEWS

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ ଜାଲୋରର ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି ଜଣାଇଥିଲେ । କିଛି ସମୟ ପରେ ସୋନୁ ସୁଦ ଟ୍ୱିଟରରେ ଯୋଗାଯୋଗ କରିଥିଲେ ।

ଶିଶୁର ପରିବାର ସମ୍ପର୍କରେ ପଚାରି ବୁଝିଥିଲେ ଓ ମୁମ୍ବାଇର ବଡ ଡାକ୍ତରଙ୍କ ଦ୍ୱାରା ଶିଶୁର ଅପରେସନ କରାଇବେ ବୋଲି ସେ ଆଶ୍ୱାସନା ଦେଇଥିଲେ । ଅପରେସନର ସବୁ ଖର୍ଚ୍ଚ ସୋନୁ ସୁଦଙ୍କ ଫାଉଣ୍ଡେସନ ଉଠାଇବ ।  ଶିଶୁକୁ ସ୍ଥାନାନ୍ତର କରିବାକୁ ଯୋଧପୁରରୁ ସୋନୁ ସୁଦଙ୍କ ଟିମ ହିତେଶ ଜୈନ ପହଞ୍ଚିଛନ୍ତି । ଶିଶୁର ପରିବାର ସୋନୁ ସୁଦଙ୍କ ସହ କଥା ହୋଇଛନ୍ତି । ପରିବାର ହାତ ଯୋଡି ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ଝିଅ ସୁସ୍ଥ ହେବାପରେ ଥରେ ଆପଣଙ୍କ ଘରକୁ ନିଶ୍ଚୟ ଆସିବି ଓ ରାଜସ୍ଥାନୀ ଭୋଜନ କରିବି ବୋଲି କହିଛନ୍ତି ଅଭିନେତା ସୋନୁ । ପରିବାର ଲୋକ ଶିଶୁର ନାଁ ସୋନୁ ରଖିଛନ୍ତି । ଶିଶୁର ପିତା କହିଛନ୍ତି ଝିଅର ଅପରେସନ କରିବା ତାଙ୍କ ପାଇଁ ସମ୍ଭବ ନଥିଲା । ସୋନୁ ସୁଦ ତାଙ୍କ ପାଇଁ ଭଗବାନ । . . ..

Leave A Reply

Your email address will not be published.