Latest Odisha News

BREAKING NEWS

ବଡ଼ ଧରଣର ଆତଙ୍କୀ ଯୋଜନାର ପର୍ଦ୍ଦାଫାଶ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ : ଏକ ବଡ଼ ଧରଣର ଆତଙ୍କୀ ଯୋଜନା ପଣ୍ଡ କରିଛି ପଞ୍ଜାବ ପୋଲିସ । ଗୁରୁବାର ରାତିରେ ଏନେଇ ଯୋଜନା ଚାଲିଥିବା ବେଳେ, ଛାପା ମାରିଥିଲା ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର ସମ୍ପର୍କ ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ସହ ଥିବା ଜଣାପଡିଛି ।

ଡିଜିପି ଦିନକର ଗୁପ୍ତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କ ଘଟାଇବା ପାଇଁ ଏହି ସବୁ ଅସ୍ତ୍ରଶସ୍ତ୍ର ମଗାଯାଇଛି । ବାଟଲା ଜିଲ୍ଲାର ଜଗଜିତ ସିଂହ ଓରଫ ଜଗୁକୁ ଅମୃତସରର କଥୁନାନଗଲ ନିକଟରୁ ଗିରଫ କରିଛି ପଞ୍ଜାବ ପୋଲିସ । ଏକ ଗୁଇନ୍ଦା ଅପରେସନ ସମୟରେ ଅମୃତସର-ବଟାଲା ରୋଡ୍‌ରେ ଏକ କାରକୁ ଅଟକାଇଥିଲା ପୋଲିସ । ଯେଉଁଥିରୁ ଦୁଇଟି ବ୍ୟାଗ୍ ମିଳିବା ସହ ବିଦେଶୀ ପିସ୍ତଲ, ମ୍ୟାଗଜିନ ଓ ଗୋଳା ବାରୁଦ ଭର୍ତ୍ତି ହୋଇଥିଲା ।

ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ୧୯ଟି ୯ଏମଏମ ପିସ୍ତଲ, ୩୭ଟି ମ୍ୟାଗଜିନ୍, ୪୫ ରାଉଣ୍ଡ ଗୁଳି ସହ ବିଦେଶୀ ଅସ୍ତ୍ରଶସ୍ତ୍ର ରହିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଦରମନ ବୋଲି ଜଣାପଡିଛି । ଯାହା ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ।

Leave A Reply

Your email address will not be published.