Latest Odisha News

ସଡକ ଦୁର୍ଘଟଣା ଦୁର୍ଘଟଣାରେ ୩ ଗୁରୁତର

ଢେଙ୍କାନାଳ : ପରଜଙ୍ଗ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ସଡକ ଦୁର୍ଘଟଣା । ୩ଟି ଟ୍ରକ ଧକ୍କାରେ ୩ ଡ୍ରାଇଭର ଗୁରୁତର । ଦୁର୍ଘଟଣାରେ ଗୁରୁତର ଗାଡି ଚାଳକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ କେନ୍ଦୁଝର ଆଡୁ ଆଗ ପଛ ଭାବେ ଆସୁଥିବା ୨ଟି ଆଇରନ ବୋଝେଇ ଟ୍ରକକୁ ଏକ ହାଇୱା ଟ୍ରକ ମୁହାଁ ମୁହିଁ ଧକ୍କା ଦେଇଥିଲା ।

ସେଥି ମଧ୍ୟରୁ ପ୍ରଥମ ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିଲା । ଯାହାର ଡ୍ରାଇଭର ଜଣଙ୍କ ଗାଡି ଭିତରେ ଫସି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଁଚି ଗ୍ୟାସ କଟର ସାହାଯ୍ୟରେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡ୍ରାଇଭର ୩ ଜଣଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.