ଭୁବନେଶ୍ୱର : ଦଶହରା ଛୁଟି ପରେ ସ୍କୁଲରେ ଅଷ୍ଟମ ଓ ଏକାଦଶର ପାଠପଢ଼ା ହେବା ନେଇ ପ୍ରକାଶ ପାଇଲା ଏସଓପି । ସକାଳ ୯ ଟାରୁ ଦିନ ୧୨ ଟା ୩୦ ଯାଏଁ ଅଷ୍ଟମ କ୍ଲାସର ପାଠ ପଢ଼ାହେବ। ଏକାଦଶ ଶ୍ରେଣୀ ପାଠପଢ଼ା ଦିନ ୧୦ ଟାରୁ ସାଢେ ଗୋଟାଏ ଯାଏଁ ହେବ । ଅଷ୍ଟମ କ୍ଲାସ ପିଲାଙ୍କୁ ଆଉ ମଧ୍ୟହ୍ନ ଭୋଜନ ଦିଆଯିବ ନାହିଁ ବୋଲି ଏସ୍ଓପି ଜାରି କରାଯାଇଛିା ରାଜ୍ୟରେ ପ୍ରଚଳିତ ସମସ୍ତ ବିଦ୍ୟାଳୟରେ ଚଳିତ ଅକ୍ଟୋବର ୨୧ ତାରିଖରୁ ଏକାଦଶ ଶ୍ରେଣୀ ପାଇଁ ଅଫ୍ଲାଇନ୍ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଅଭିଭାବକ ଚାହିଁଲେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡି ପାରିବେ। କାହାକୁ ବାଧ୍ୟ କରାଯିବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି। ସ୍କୁଲ ଖୋଲିଲେ ମଧ୍ୟ ଉଭୟ ଅଫଲାଇନ୍ ଓ ଅନ୍ଲାଇନ୍ କ୍ଲାସ ଚାଲିବ। ଅକ୍ଟୋବର ୨୫ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଅଫ୍ଲାଇନ୍ ଶିକ୍ଷାଦାନ ଆରମ୍ଭ ହେବ। କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତି ହୋଇନାହିଁ। ସରକାର ପ୍ରାଥମିକ ସ୍କୁଲ ଗୁଡିକୁ ଶିଘ୍ର ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
Comments are closed.