Latest Odisha News

BREAKING NEWS

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ । ୱେଲିଂଟନ ଦଳ ସୋଫିଙ୍କ ବିସ୍ଫୋରକ ଇନିଂସ ବଳରେ ଓଟାଗୋ ସ୍ପାର୍କ୍ସ ପ୍ରଦତ ୧୨୯ ରନର ଲକ୍ଷ୍ୟକୁ ୮.୪ ଓଭରରେ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା ।

ପୂର୍ବରୁ ୱେଷ୍ଟଇଣ୍ଡିଜର ଡିନ୍ଦ୍ରା ଡୋଟିନଙ୍କ ନାମରେ ଏହି ରେକର୍ଡ ରହିଥିଲା । ସେ ୩୮ ବଲରେ ଶତକ ହାସଲ କରିଥିଲେ । ଦ୍ରୁତ ଶତକ ତାଲିକାରେ ଅଷ୍ଟ୍ରେଲିଆର ଗ୍ରାସ ହ୍ୟାରିସ ରହିଛନ୍ତି । ସେ ୪୨ ବଲରେ ବ୍ରିସବେନ ହିଟ ପକ୍ଷରୁ ଖେଳି ଏହି ଶତକ ହାସଲ କରିଥିଲେ ।

Leave A Reply

Your email address will not be published.