Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ବିଦାୟ ଦେଇଥିଲେ ।

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଶ ହୋଇଥିଲା । ଅସୁସ୍ଥତା କାରଣରୁ ତାଙ୍କୁ ୨୦ ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କୋଭିଡ ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଥିଲେ । ତେବେ ଗତକାଲି ତାଙ୍କର ବ୍ରେନ ଷ୍ଟ୍ରୋକ କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।

କଟକରେ ଏକ ଛୋଟିଆ ଚା ଦୋକାନ କରିଥିଲେ ବି ବେଶ୍ ଚର୍ଚ୍ଚାରେ ଥିଲେ ଶ୍ରୀ ରାଓ । କାରଣ ବହୁ ବର୍ଷ ଧରି ସେ ବସ୍ତି ପିଲାଙ୍କ ପାଠ ପଢାଇ ଆସୁଥିଲେ । ଏପରିକି ସେମାନଙ୍କ ପାଇଁ ଏକ ସ୍କୁଲ ମଧ୍ୟ ତିଆରି କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କ ପାଠପଢା କାମକୁ ବସ୍ତିବାସିନ୍ଦା ବିରୋଧ କରିଆସୁଥିଲେ ସୁଦ୍ଧା ପରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦେଖି ସେମାନଙ୍କର ମନୋଭାବ ବଦଳିଯାଇଥିଲା । ଆଉ ଶ୍ରୀ ରାଓ ପାଲଟିଥିଲେ ସେମାନଙ୍କ ପାଇଁ ଭଗବାନଙ୍କ ଦୂତ ।

ଶ୍ରୀ ରାଓଙ୍କ ସମାଜ ପ୍ରତି ଥିବା ଏଭଳି ବଡ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ସମୟରେ ଶ୍ରୀ ରାଓ ଓ ବସ୍ତି ପିଲାଙ୍କୁ ଭେଟିଥିଲେ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ବି ମୋଦି ଶ୍ରୀ ରାଓଙ୍କ ଉଦାହରଣ ଦେଇଥିଲେ ।

Leave A Reply

Your email address will not be published.